ନୂଆଦିଲ୍ଲୀ, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା): କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଅନିଲ ଚୌହାନଙ୍କୁ ଦେଶର ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଭାବେ ନିଯୁକ୍ତ କରିଛନ୍ତି । ଜେନେରାଲ ବିପିନ ସିଂହ ରାୱତଙ୍କ ପରଲୋକ ପରେ ସେ ଏହି ପଦବିରେ ବସିବାକୁ ଦ୍ୱିତୀୟ ବ୍ୟକ୍ତି ହୋଇଛନ୍ତି । ସେନାରେ ୪୦ ବର୍ଷ ସେବା ଦେବା ପରେ ଅନିଲ ଚୌହନ ଗତବର୍ଷ ସେବାନିବୃତ୍ତ ହୋଇଥିଲେ । ଜମ୍ମୁ କଶ୍ମୀର ଓ ପୂର୍ବୋତ୍ତର ଅଞ୍ଚଳରେ ଆତଙ୍କବାଦୀଙ୍କୁ ସଫ କରିବା ଏବଂ ନିଜର କାର୍ଯ୍ୟକାଳ ସମୟରେ ସେ ପ୍ରଶଂସନୀୟ କାମ କରିଥିଲେ ।
ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଅନିଲ ଚୌହାନ ୧୯୬୧ ମସିହା ମେ’ ମାସ ୧୮ ତାରିଖରେ ଜନ୍ମ ହୋଇଥିଲେ । ସେ ୧୯୮୧ ମସିହାରେ ଭାରତୀୟ ସେନାର ୧୧ ଗୋରଖା ରାଇଫଲ୍ସରେ ଯୋଗଦେଇଥିଲେ । ସେ ଖଡକବାସଲାସ୍ଥିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଓ ଡେରାଡୁନସ୍ଥିତ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ କାମ କରିଥିଲେ । ସେନାରେ ୪୦ ବର୍ଷ କାମ କରିବା ପରେ ଅବସରରେ ନେଥିଲେ । ଅନିଲ ଚୌହାନଙ୍କୁ ଏକଦା ଇଷ୍ଟର୍ଣ୍ଣ କମାନର ଜେନେରାଲ ଅଧିକାରୀ ଭାବେ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ୨୦୧୯ରେ ଏହି ପଦ ଗ୍ରହଣ କରିବା ପରେ ୨୦୨୧ ମେ’ ମାସରେ ଅବସର ନେଇଥିଲେ ।
ଅନିଲ ଚୌହାନ ଆତଙ୍କବାଦୀଙ୍କ ମୂଳପୋଚ୍ଛ କରିବାରେ ଧୁରନ୍ଧର ଥିଲେ । ସେ ଯେତେବେଳେ ଜମ୍ମୁ-କଶ୍ମୀରରେ ମୁତୟନ ଥିଲେ, ସେନାର ଆତଙ୍କବାଦ ବିରୋଧୀ ଅପରେଶନକୁ ଯୋଜନା କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତାଙ୍କର ଭଲ ଅନୁଭବ ରହିଛି । ପୂର୍ବୋତ୍ତର ଅଂଚଳରେ ସେ ଯେ ଯେତେବେଳେ ପହଂଚିଥିଲେ, ଉଗ୍ରବାଦଙ୍କୁ ମୂଳପୋଛ କରିବାରେ ମଧ୍ୟ ବଡ଼ ଭୂମିକା ଥିଲା । ସେହି ସମୟରେ ସେନାର ଭିନ୍ନ ଭିନ୍ନ କମାଣ, କର୍ମଚାରୀ ଇତ୍ୟାତି ଆତଙ୍କବାଦଙ୍କ ବିରୋଧରେ ଲଢ଼େଇକୁ ସେ ମଜବୁତ କରିଥିଲେ । ସେ ଚାକିରିରୁ ଅବସର ନେଲା ପରେ ମଧ୍ୟ ଭାରତୀୟ ସେନାକୁ ପରୋକ୍ଷା ଭାବେ ପରାମର୍ଶ ଦେଉଥିଲେ ।