ଦିଲ୍ଲୀ ଅଗ୍ନିକାଣ୍ଡରେ ୨୭ ଜୀବନ୍ତ ଦଗ୍ଧ, ଶୋକ ଜଣାଇଲେ ରାଷ୍ଟ୍ରପତି-ମୁଖ୍ୟମନ୍ତ୍ରୀ କେଜ୍ରିୱାଲ
Khabar Odisha:Nation-Delhi-fire-tragedy-killed-27-100-rescued-fire-and-NDRF-team

ନୂଆଦିଲ୍ଲୀ, ମେ ୧୪ (ଖବର ଓଡ଼ିଶା): ଦିଲ୍ଲୀର ମୁଣ୍ଡକାସ୍ଥିତ ଏକ ତିନି ମହଲା କୋଠାରେ ଶୁକ୍ରବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଛି । ଏଥିରେ ୨୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ୧୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ଏନ୍‌ଡିଆରଏଫ୍‌ର ୧୦୦ କର୍ମଚାରୀ ନିୟୋଜିତ ହୋଇଥିଲେ । 

ଅଗ୍ନିଶମ ବାହିନୀର ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି ଯେ, ଉଦ୍ଧାର କାମରେ ୧୦୦ ଜଣିଆ ଟିମ୍ ଲାଗିଥିଲେ । କୋଠାର ୩ୟ ମହଲାରେ ଉଦ୍ଧାର କାର୍ଯ୍ୟ କରାଯାଇଛି । ଅଗ୍ନିକାଣ୍ଡ ସଂପର୍କରେ ଜଣାପଡ଼ିନାହିଁ । କିନ୍ତୁ ଅଗ୍ନିକାଣ୍ଡ ନେଇ ସୂଚନା ମିଳିବା ପରେ ଦମକଳ ବାହିନୀର ୨୭ଟି ଗାଡ଼ି ପହଞ୍ଚିଥିଲା । କୋଠାରୁ ଉଦ୍ଧାର କରାଯାଇଥିା ୧୨ ଜଣ ଗୁରୁତରଙ୍କୁ ସଂଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ପରେ ହେଲ୍ପଲାଇନ୍ ନମ୍ବର ୨୫୧୯୫୫୨୯, ୦୧୧-୫୧୦୦୦୯୩, ୭୯୮୨୬୬୧୬୯୫ ଜାରି କରିଦିଆଯାଇଛି । 

ଅଗ୍ନିକାଣ୍ଡ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିୱାଲ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଅଗ୍ନିକାଣ୍ଡରେ ଜୀବନ ହରାଇଥିବା ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ୨- ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ମିଳିବ । 

 

  • Tags:

Subscribe

National International State Sports Entertainment