ଦିଲ୍ଲୀ-ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା! ଆଜି ନୋଏଡାରେ ସ୍କୁଲ ବନ୍ଦ, ଗୁରୁଗ୍ରାମରେ ଘରୁ କାମ କରିବେ କର୍ମଚାରୀ
Khabar Odisha:Nation-Delhi-NCR-rain-watered-schools-closed-in-Noida-today-and-work-from-home-instructions-to-all-employees

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ-ଏନସିଆର ସମେତ ଉତ୍ତର ପ୍ରଦେଶରେ ଗୁରୁବାର ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଜାତୀୟ ରାଜପଥ ଓ ଏକ୍ସପ୍ରେସ-ୱେରେ ଯାତାୟତ ପ୍ରଭାବିତ ହୋଇଛି । ଦିନସାରା ବର୍ଷା ଯୋଗୁଁ ରାସ୍ତାରେ ପାଣି ଲହଡ଼ି ଭାଙ୍ଗିଛି । ୫କିମିରୁ ଦୂର ରାସ୍ତାରେ ଟ୍ରାଫିକ ଭିଡ ହୋଇଥିଲା । ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ହରିୟାଣାରେ ବର୍ଷା ଆହୁରି ଚିନ୍ତା ବଢ଼ାଇପାରେ । ଶୁକ୍ରବାର ନୋଏଡା, ଗୁରୁଗ୍ରାମ ସମେତ ଅନେକ ସ୍ଥାନରେ ସ୍କୁଲଗୁଡ଼ିକ ବନ୍ଦ ରଖାଯାଇଛି । ସେହିପରି ହରିୟାଣାର ଗୁରୁଗ୍ରାମରେ ଜିଲ୍ଲା ପ୍ରଶାସନ ଏକ ପରାମର୍ଶ ଜାରି କରିଛି, ଯେଉଁଥିରେ କି ଘରୋଇ ସଂସ୍ଥାଗୁଡ଼ିକୁ କୁହାଯାଇଛି ଯେ, ଶୁକ୍ରବାର ସମସ୍ତ କର୍ମଚାରୀ ଘରୁ କାମ କରିବେ । 

ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (ଏନସିଆର)ରେ ମୌସୁମୀ ଫେରିବା ପୂର୍ବରୁ ହୋଇଥିବା ବଡ଼ଧରଣର ବର୍ଷା କ୍ଷତିପୂରଣକୁ ସହଯୋଗ କରିବ । ଏହା ଦ୍ୱାରା ବାୟୁ ସ୍ୱଚ୍ଛ ରହିବ ଏବଂ ତାପମାତ୍ରା ନିୟନ୍ତ୍ରିତ ରହିବ । ସେପ୍ଟେମ୍ବର ୨୨ରେ ସକାଳ ପର୍ଯ୍ୟନ୍ତ ୪୬ ପ୍ରତିଶତ ବର୍ଷା ହୋଇଥିଲା । ଦିଲ୍ଲୀର ନ୍ୟୁନତମ ତାପମାତ୍ରା ୨୩.୮ ଡ୍ରିଗ୍ରୀ ସେଲସିୟର ରେକର୍ଡ କରାଯାଇଥିଲା । ସେହିପରି ୨୪ ଘଣ୍ଟାର ହାରାହାରୀ ବାୟୁ ଗୁଣବତ୍ତା ସୂଚକାଙ୍କ (ଏୟାର କ୍ୱାଲିଟି ଇଣ୍ଡେକ୍ସ) ବୁଧବାର ୧୦୯ରୁ ସଂଶୋଧିତ ହୋଇ ସନ୍ଧ୍ୟା ୪ଟାରେ ୬୬ରେ ପହଂଚିଥିଲା । 

 

  • Tags:

Subscribe

National International State Sports Entertainment