ଆସନ୍ତାକାଲିଠୁ ଖୋଲିବ ମନ୍ଦିର-ମସଜିଦର ଦ୍ୱାର, ଉତ୍ତର ପ୍ରଦେଶରେ ପାଳନ ହେବ ଯୋଗୀଙ୍କ ଆଦେଶ
Khabar Odisha:Nation-Coronavirus-unlock-10-Uttar-Pradesh-CM-Yogi-Aditya-Nath-video-conference-DM-SP-new-guideline

ଲଖନଉ, ଜୁନ ୦୭ (ଖବର ଓଡ଼ିଶା): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ମେଡିକାଲ କଲେଜର ଅଧ୍ୟକ୍ଷଙ୍କ ସହ ଭିଡିଓ ବାର୍ତ୍ତା ଜରିଆରେ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଜୁନ ୮ରୁ ଆରମ୍ଭ ହେବାକୁ ଥିବା ଗତିବିଧି ନେଇ ସରକାରଙ୍କ ତରଫରୁ ଜାରି ହୋଇଥବା ଗାଇଡଲାଇନ ଅନୁପାଳନକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଧାର୍ମିକ ଓ ପୂଜା ସ୍ଥଳ, କାର୍ଯ୍ୟାଳୟ, ମଲ, ହୋଟେଲ ଓ ରେଷ୍ଟୁରାଣ୍ଟର ପରିଚାଳନାକୁ ନେଇ ସରକାରଙ୍କ ପକ୍ଷରୁ ଗାଇଡଲାଇନର ଜିଲ୍ଲା ପ୍ରଶାସନ ଓ ସମ୍ପର୍କିତ ଅଧିକାରୀ ଅଧ୍ୟୟନ କରି ଅନୁପାଳନ ସୁନିଶ୍ଚିତ କରନ୍ତୁ । ସେ କହିଛନ୍ତି, ଧର୍ମଗୁରୁ, ହୋଟେଲ ସଂଗଠନର ପଦାଧିକାରୀଙ୍କ ସହ ଆଲୋଚନା କରାଯାଉ ।    

ମୁଖ୍ୟମନ୍ତ୍ରୀ ନ୍ୟାୟଳୟର ସୁରକ୍ଷା, ସାନିଟାଇଜୋନ ଓ ସ୍କ୍ରିନିଂର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଜିଲ୍ଲାପାଳ ଓ ନୋଡାଲ ଅଧିକାରୀ ନିରନ୍ତର ସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ରୋଜଗାର ସୃଷ୍ଟି କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ଜୁନ ୧୫ରୁ ପ୍ରତ୍ୟେକ ଜିଲ୍ଲାରେ ପ୍ରତିଦିନ ୧ରୁ ୧.୫ ଲକ୍ଷ ରୋଜଗାର ସୃଷ୍ଟି ସୁନିଶ୍ଚିତ କରନ୍ତୁ । 

 

  • Tags:

Subscribe

National International State Sports Entertainment