ଗାଜିଆବାଦର ଏକ ସୋସାଇଟିରେ ୩୦୦ ପରିବାର କରୋନାରେ ସଂକ୍ରମିତ
Khabar Odisha:Nation-Coronavirus-outbreak-oxygen-express-train-covid-19-vaccination-for-18-plus-remdesivir-injection

ନୂଆଦିଲ୍ଲୀ, ମେ ୦୫ (ଖବର ଓଡ଼ିଶା): ଭାରତରେ କରୋନା ସଂକଟ ଜାରି ରହିଛି । କରୋନା ସଂକ୍ରମିତ ଲୋକମାନେ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ପ୍ରାଣ ହାରୁଛନ୍ତି । ଉତ୍ତର ପ୍ରଦେଶର ଗାଜିଆବାଦର ଏକ ସୋସାଇଟିରେ ୩୦୦ ପରିବାର କରୋନା ସଂକ୍ରମିତ ହୋଇଥିବା ଖବର ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ସହାୟତ ପାଇଁ ସୋସାଇଟି ପକ୍ଷରୁ ଉତ୍ତର ପ୍ରଦେଶ ସରକାରଙ୍କୁ ପତ୍ର ଲେଖାଯାଇଛି । 

ଗାଜିଆବାଦର ଇନ୍ଦିରାପୁରମରେ ଏକ ହାଇସିଙ୍ଗ ସୋସାଇଟିର ଆରଡବ୍ଲ୍ୟୁଏ ଉତ୍ତର ପ୍ରଦେଶ ସରକାରଙ୍କୁ ଚିଠି ଲେଖି କହିଛି ଯେ, ସୋସାଇଟିରେ ରହୁଥିବା ୩୦୦ ପରିବାର କରୋନାରେ ପୀଡ଼ିତ ଅଛନ୍ତି । ସୋସାଇଟି ସରକାରକୁ ଚିଠିରେ କହିଛି ଯେ, କରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ । ବିଗତ ୩୦ ଦିନ ମଧ୍ୟରେ ୯ ଜଣଙ୍କର ମୃତ୍ୟୁ ହୋଇସାରିଛି । କରୋନା ପୀଡ଼ିତ ରୋଗୀ ଅକ୍ସିଜେନ ଓ ହସ୍ପିଟାଲରେ ବେଡ ଅଭାବର ସମ୍ମୁଖୀନ ହେଉଛନ୍ତି । 

 

  • Tags:

Subscribe

National International State Sports Entertainment