ଦେଶରେ କରୋନା ଭାଇରସ ମୃତକଙ୍କ ସଂଖ୍ୟା ୪ ହଜାର ୯୭୧କୁ ବୃଦ୍ଧି, ୧,୭୩,୭୬୩ ଆକ୍ରାନ୍ତ
Khabar Odisha:Nation-Corona-virus-death-toll-reach-in-India-stand-at-4971-detected-173763-in-country

ନୂଆଦିଲ୍ଲୀ, ମେ ୩୦ (ଖବର ଓଡ଼ିଶା): ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ କରୋନା ଭାଇରସ ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ଶନିବାର ୯ଟା ମଧ୍ୟରେ ମୃତକଙ୍କ ସଂଖ୍ୟା ୪ ହଜାର ୯୭୧କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭାରତରେ କରୋନା ଭାଇରସରେ ୧ ଲକ୍ଷ ୭୩ ହଜାର ୭୬୩ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୮୬ ହଜାର ୪୨୨ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୮୨ ହଜାର ୩ ଜଣ । 

ବିଗତ ୨୪ ଘଣ୍ଟା ମଧ୍ୟରେ କେବଳ ୭ ହଜାର ୯୬୪ ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୬୫ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ।   

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୬୨ ହଜାର ୨୨୮ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୨୦୯୮ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୯୮୦, ମଧ୍ୟପ୍ରଦେଶରେ ୩୩୪  ଓ ପଶ୍ଚିମବଙ୍ଗରେ ୩୦୨  ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ ୧୮୪, ଦିଲ୍ଲୀରେ ୩୯୮ ଓ ତାମିଲନାଡୁରେ ୧୫୪ ଜଣ ଜୀବନ ହାରିଛନ୍ତି ।

 

  • Tags:

Subscribe

National International State Sports Entertainment