ସିଟି ହସ୍ପିଟାଲ ଦାବିରେ 12 ଘଣ୍ଟିଆ ଢେଙ୍କାନାଳ ବନ୍ଦ
Khabar Odisha:Nagarik-Kriyanusthan-Committee-calls-for-12-hour-bandh-in-Dhenkanal-demanding-city-hospital
ଢେଙ୍କାନାଳ, ଫେବୃଆରୀ ୧୪ (ଖବର ଓଡ଼ିଶା):

ସିଟି ହସ୍ପିଟାଲ ଦାବିରେ ଢ଼େଙ୍କାନାଳରେ ତେଜିଲା ଆନ୍ଦୋଳନ । ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରୁଛି ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ଅନ୍ୟାନ୍ୟ ସଂଗଠନ । ବାଜି ଚୌକ ସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି ନାଗରିକ କ୍ରିୟାନୁଷ୍ଠାନ କମିଟି । 

ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେହିପରି ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଫଳରେ ଜୀବନଯାତ୍ରା ଠପ ହୋଇଯାଇଛି ।

ବାଜି ଚୌକ ସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ହେଉଥିବା ଏହି ଆନ୍ଦୋଳନକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ସମର୍ଥନ କରାଯାଉଛି । ତେବେ ୧୨ ଘଂଟିଆ ବନ୍ଦ ପାଳନ ହେଉଥିବା କାରଣରୁ ଗାଡିମଟର ବି ବନ୍ଦ ରହିଛି । ବାଜିଚୌକଠାରୁ ଆରମ୍ଭ କରି କଲେଜ ଛକ ପର୍ଯ୍ୟନ୍ତ ରାସ୍ତାରେ ଆନ୍ଦୋଳନ ଚାଲିଛି । ସହର ମଧ୍ୟରେ ଥିବା ମୁଖ୍ୟ ସ୍ଥାନ ଗୁଡିକରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ତେବେ ଗତ କିଛି ଦିନ ତଳେ ବରଗଡରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ମଧ୍ୟ ସମାନ ଜିଲ୍ଲା ମେଡିକାଲ ଖୋଲିବା ଦାବି ନେଇ ବନ୍ଦ ଡାକରା ଦିଆଯାଇଥିଲା । 

  • Tags:

Subscribe

National International State Sports Entertainment