ଜମ୍ମୁ: ଅମରନାଥଙ୍କୁ ଦର୍ଶନ ପାଇଁ ରବିବାର ପୁଣି ଏକ ଦଳ ବାହାରିଛନ୍ତି। ୪୮୮୯ ଜଣିଆ ଶ୍ରଦ୍ଧାଳୁ ସମୂହ ଜମ୍ମୁ କଶ୍ମୀରର ପହଲଗାମ ଓ ବାଲଟାଲ ଶିବିର ଅଭିମୁଖେ ବାହାରିଛନ୍ତି। ରାସ୍ତାରେ ମୁତୟନ ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଅଧିକାରୀ କହିଛନ୍ତି, ତୀର୍ଥଯାତ୍ରୀମାନେ କଡ଼ା ସୁରକ୍ଷା ଭିତରେ ଭୋର ସକାଳ ପାଖାପାଖି ୩ଟାରେ ୧୮୭ଟି ଗାଡ଼ିରେ ବାହାରିଛନ୍ତି। ଜମମୁର ଭଗବତୀ ନଗରସ୍ଥିତ ଶିବିରରୁ ବାହାରିଛନ୍ତି। ୫୦୦ ମହିଳା ଓ ୧୧ ଜଣ ଶିଶୁ ସମେତ ୨୯୯୩ ତୀର୍ଥଯାତ୍ରୀ ନିଜର ଯାତ୍ରା ପାଇଁ ୪୮କିଲୋମିଟର ଲମ୍ବ ପାରଂପରିକ ପହଲଗାମ ମାର୍ଗ ଦେଇ ଯାଇଛନ୍ତି। ଅନ୍ୟପଟରେ ୧୮୯୬ ଜଣ ତୀର୍ଥଯାତ୍ରୀ ୧୪କିଲୋମିଟର ଲମ୍ବ ବାଲଟାଲ ମାର୍ଗକୁ ଚୟନ କରିଛନ୍ତି।
ଏହି ଦଫା ସହିତ ଜମ୍ମୁରୁ ଅମରନାଥ ଯାତ୍ରା ଆରମ୍ଭ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୯୧,୨୦୨ରେ ପହଞ୍ଚିଛି। ବାକି ତୀର୍ଥଯାତ୍ର ସିଧା ଘାଟିର ଆଧାର ଶିବିରରେ ପହଞ୍ଚିଛନ୍ତି। ୫୨ ଦିବସୀୟ ଯାତ୍ରା ଗତ ୨୯ ତାରିଖରେ ଅନନ୍ତନାଗର ପହଲଗାମ ଓ ଗାନ୍ଦରବଲ ଜିଲ୍ଲାର ବାଲଟାଲରୁ ଆରମ୍ଭ ହୋଇଥିଲା।
ଏପର୍ଯ୍ୟନ୍ତ ୨.୯୭ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଦକ୍ଷିଣ କଶ୍ମୀର ହିମାରଳରେ ୩୮୮୦ ମିଟ ଉଚ୍ଚ ଗୁମ୍ଫା ମନ୍ଦିର ଦର୍ଶନ କରିସାରିଛନ୍ତି। ଏହି ଯାତ୍ରା ଅଗଷ୍ଟ ୧୯ ତାରିଖ ପବିତ୍ର ରକ୍ଷାବନ୍ଧନ ଅବସରରେ ସଂପନ୍ନ ହେବ। ଗତବର୍ଷ ୪.୫ ଲକ୍ଷ ତୀର୍ଥଯାତ୍ରୀ ଅମରନାଥ ଗୁମ୍ଫାରେ ପୂଜାର୍ଚ୍ଚନା କରିଥିଲେ। ଚଳିତ ବର୍ଷ ମାତ୍ର ୧୫ଦିନରେ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିସାରିଥିବାରୁ ଗତବର୍ଷର ରେକର୍ଡ ଅତିକ୍ରମ ବୋଲି ଆଶା କରାଯାଉଛି।