ମାହାଙ୍ଗା ଡବଲମର୍ଡର, ଚର୍ଚ୍ଚାରେ ମନ୍ତ୍ରୀଙ୍କ ପିଏ !
Khabar Odisha:Mahanga-Double-Murder-case--Involvement-of-Pratap-jena-PA-
ଭୁବନେଶ୍ୱର, ଜାନୁଆରୀ 13 (ଖବର ଓଡିଶା) :

ମାହାଙ୍ଗା, 13 ଜାନୁଆରୀ -ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ଘଟଣାରେ ବିବାଦକୁ ଆସିଛନ୍ତି ରାଜ୍ୟ ସରକାରଙ୍କ ପାୱାରଫୁଲ କ୍ୟାବିନେଟ୍ ମିନିଷ୍ଟର ପ୍ରତାପ ଜେନା  । 13 ନମ୍ବର ଅଭିଯୁକ୍ତ ତାଲିକାରେ ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଖ ଛୁଇଁବ କି ପୋଲିସ ଏହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ପୋଲିସର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ  । ସେପଟେ ପ୍ରତାପଙ୍କ ରାଇଟ ହ୍ୟାଣ୍ଡ ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ଭିକାରୀ ସ୍ୱାଇଁ ଗିରଫ ପରେ ଅନ୍ୟତମ ଅଭିଯୁକ୍ତ ସରପଞ୍ଚଙ୍କ ସ୍ୱାମୀ କେବେ ଗିରଫ ହେବେ ତାହାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ  । କେବଳ ସେତିକି ନୁହେଁ ମନ୍ତ୍ରୀଙ୍କ ବିରୋଧରେ 302 ଭଳି ସଙ୍ଗୀନ ମାମଲା ରହିଥିବା ବେଳେ ପୋଲିସ କାହିଁକି ତାଙ୍କୁ ପଚାରଉଚୁରା କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି  ।

ସେପଟେ ଘଟଣା ଘଟିବା ଦିନ ଠାରୁ 10 ତାରିଖ ଯାଏଁ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ପିଏ ବାପି ବିଶ୍ୱାଳ ଏବଂ ଡ୍ରାଇଭରର ମୋବାଇଲ କଲ୍ ଯାଞ୍ଚ କଲେ ସମସ୍ତ ଗୁମର ପଦାକୁ ଆସିବ ବୋଲି କହିଛନ୍ତି କଂଗ୍ରେସ ନେତା ଦେବେନ୍ଦ୍ର ସାହୁ  । ଦେବେନ୍ଦ୍ର କହିଛନ୍ତି ନୈତିକତା ଦୃଷ୍ଟିକୋଣରୁ ପ୍ରଥମେ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ନିଜ ପଦବୀରୁ ଇସ୍ତଫା ଦେଇ ତଦନ୍ତକୁ ସାମ୍ନା କରିବାର ଆବଶ୍ୟକତା ରହିଛନ୍ତି  ।

ଅପରପକ୍ଷେ ହତ୍ୟାକାଣ୍ଡ ଘଟିବା ଦିନ ଠାରୁ ଏହି ଘଟଣାରେ ମନ୍ତ୍ରୀଙ୍କ ପିଏ ବାପି ବିଶ୍ୱାଳର ମୋବାଇଲ୍ କଲ୍ ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ  । ଅନ୍ୟପଟେ ଡିଜି ଜଣେ ଡିଆଇଜି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ଡିଜିପିଙ୍କ ନିଷ୍ପତ୍ତି ଉପରେ  । 

  • Tags:

Subscribe

National International State Sports Entertainment