ମାହାଙ୍ଗା ଡବଲ୍ ମର୍ଡର: ମାହାଙ୍ଗା IICଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ କୋର୍ଟ
Khabar Odisha:Mahanga-Double-Murder-Notice-to-IIC-to-submit-status-report-within-10th-Dec

କଟକ, ଡିସେମ୍ବର ୪(ଖବର ଓଡ଼ିଶା): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗରେ ଜୁଡିସିଆଲ ମାଜିଷ୍ଟ୍ରେଟ (ଜେଏମଏଫସି) କୋର୍ଟ, ସାଲେପୁର ଶନିବାର ଦିନ ସମ୍ବେଦନଶୀଳ ଡବଲ ହତ୍ୟା ମାମଲାରେ ଏକ ପିଟିସନର ଶୁଣାଣି ବେଳେ ମହଙ୍ଗା ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଇନ-ଚାର୍ଜ (ଆଇଆଇସି) କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ପୂର୍ବରୁ ଏହି ମାମଲାରେ କୋର୍ଟ ଆଇଆଇସିଙ୍କୁ ସିଡିଆର ରିପୋର୍ଟ ମାଗିଥିବା ବେଳେ ଆଇଆଇସି ରିପୋର୍ଟ ଦାଖଲ ନକରି ସମୟ ଗଡାିଚାଲିଥିବାର ଅଭିଯୋଗ ହୋଇଥିଲା । ଏହା ପରେ ଆଜି ଏହି ମାମଲାରେ ପୁନଶ୍ଚ ଆଇଆଇସିଙ୍କୁ ନୋଟିସ୍ କରିଛନ୍ତି କୋର୍ଟ ।

କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଟାନ ନିଆ ନ ଯିବ, ସେନେଇ କାରଣ ଦର୍ଶାଇବା ପାଇଁ ଥାନା ଅଧିକାରୀ ନିହାର ମହାନ୍ତିଙ୍କୁ ଜଣାଇବାକୁ ନୋଟିସ୍ ହୋଇଛି । ଆଇଆଇସି ଆସନ୍ତା ୧୦ ତାରିଖ ମଧ୍ୟରେ ଜବାବ ଦବୋକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତ ବର୍ଷ ଜାନୁଆରି ୨ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । 

ଏପରିକି ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ ।

  • Tags:

Subscribe

National International State Sports Entertainment