ବେଙ୍ଗାଲୁରୁ: ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତ ତରଫରୁ କର୍ଣ୍ଣାଟକରେ ଗୁରୁବାର ସକାଳୁ ଚଢ଼ାଉ କରାଯାଇଛି। ରାଜ୍ୟର ୯ଟି ଜିଲ୍ଲାରେ ଥିବା ୫୬ଟି ସରକାରୀ କାର୍ଯ୍ୟାଳୟରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। କଳାବର୍ଗୀ, ମଧ୍ୟ, ଦେବନାଗରୀ, ଚିତ୍ରଦୁର୍ଗ, ଧରୱାଡ, ବେଲଗାଭୀ, କୋଲାର, ମହୀଶୂର ଓ ହାସନ ଜିଲ୍ଲାରେ ଜାରି ଥିବା ଏହି ଚଢ଼ାଉରେ ଲୋକାୟୁକ୍ତର ଶତାଧିକ କର୍ମଚାରୀ ସାମିଲ ହୋଇଛନ୍ତି।
୯ ଜିଲ୍ଲାର ଆରକ୍ଷୀ ଅଧିକାରୀଙ୍କ ନେତୃତ୍ବରେ ପୁଲିସ ଟିମ ସହିତ ଲୋକାୟୁକ୍ତର ସଦସ୍ୟ ଏହି ଚଢ଼ାଉରେ ଯୋଡ଼ି ହୋଇଛନ୍ତି। ଏହି ଚଢ଼ାଉର ଶିକାର ହୋଇଛନ୍ତି, ବେଙ୍ଗାଲୁର କେଙ୍ଗେରି ଡିଭିଜନର ରାଜସ୍ବ ଅଧିକାରୀ ବାସବରାଜ ମାଗି, ମଧ୍ୟର ଅବସରପ୍ରାପ୍ତ କାର୍ଯ୍ୟକାରୀ ଯନ୍ତ୍ରୀ ଶିବରାଜୁ ଏସ୍, ବେଙ୍ଗାଲୁରୁ ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ଏମ୍ ରବୀନ୍ଦ୍ର ଧରୱାଡ ପ୍ରକଳ୍ପ ନିର୍ଦ୍ଦେଶକ ଶେଖର ଗୌଡ଼ ପ୍ରମୁଖ।
ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଲୋକାୟୁକ୍ତର ଚଢ଼ାଉ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଏହିଭଳି ଚଢ଼ାଉ ହୋଇଥିଲା। ଗତ ମାର୍ଚ୍ଚ ମାସରେ ବେଙ୍ଗାଲୁରୁ, ବିଦାର, ରାମନଗର, ଉତ୍ତର କାନାଡା ଜିଲ୍ଲାର ପ୍ରାୟ ୧୦୦ରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା।