କାଇରୋ: ଇସ୍ରାଏଲ ସେନା ପୁଣି ଥରେ ଗାଜା ଉପତ୍ୟକାରେ ଆକ୍ରମଣ କରିଛି। ନେତନ୍ୟାହୁଙ୍କ ସେନାର ଏୟାର ଷ୍ଟ୍ରାଇକ୍ରେ ୧୦୦ରୁ ଅଧିକ ପାଲେଷ୍ଟାଇନ୍ ନାଗରିକ ନିହତ ହୋଇଥିବା ସୂଚନା ମିଳିଛି। ରକେଟ୍ ଆକ୍ରମଣରେ ଅନେକ ଶିଶୁପ୍ରାଣ ହରାଇଛନ୍ତି। ଇସ୍ରାଏଲ ସେନା କହିଛି ଯେ ଗାଜାରେ ସେମାନଙ୍କର ସାମରିକ ଅଭିଯାନ ଏୟାର ଷ୍ଟ୍ରାଇକ୍ ପରେ ମଧ୍ୟ ଜାରି ରହିବ।
ଇସ୍ରାଏଲ ସେନା କହିଛି ଯେ ସେମାନେ ଗାଜାରେ ଥିବା ହମାସ କମାଣ୍ଡରମାନଙ୍କୁ ସେମାନଙ୍କ ଆତଙ୍କବାଦୀ ଘାଟି ସହିତ ଟାର୍ଗେଟ କରିବା ଜାରି ରଖିବେ। ଆବଶ୍ୟକ ସ୍ଥଳ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ଏବଂ ଏୟାର ଷ୍ଟ୍ରାଇକ୍ ପରେ ଅପରେସନକୁ ବିସ୍ତାର କରାଯିବ ବୋଲି ସେନା କହିଛି।
ସେପଟେ ଗାଜାରେ ଇସ୍ରାଏଲର ନୂଆ ଆକ୍ରମଣ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ବନ୍ଦୀଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ହାମାସ ଚେତାବନୀ ଦେଇଛି।
ଅଧିକ ପଢ଼ନ୍ତୁ: ୯ ମାସ ପରେ ଆଜି ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ