୯ ବର୍ଷ ତଳର ନିଖୋଜ ମହିଳାଙ୍କ ମୃତଦେହ ମିଳିବା ଘଟଣାର ତଦନ୍ତ ଆରମ୍ଭ, ମହିଳାଙ୍କ ପୋଷ୍ଟର ମାରିଲା ପୋଲିସ
Khabar Odisha:Investigations-into-the-disappearance-of-the-body-of-a-woman-under-the-age-of-9-have-begun-police-said
ଭୁବନେଶ୍ବର, ଜୁନ ୧୬ (ଖବର ଓଡ଼ିଶା):

ପ୍ରାୟ ୯ ବର୍ଷ ତଳେ ୨୦୧୨ ମେ ୨୭ ତାରିଖରେ ଚନ୍ଦକା ଥାନା ଅଧୀନ ଗୋଠପାଟଣା ଆମ୍ବବଗିଚାରେ ଜଣେ ନିରୁଦ୍ଧିଷ୍ଟ ମହିଳାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିବା ଘଟଣାରେ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରିଛି । ସ୍ଥାନେ ମହିଳାଙ୍କ ପରିଚୟ ପାଇବା ପାଇଁ ପୋଷ୍ଟର ମରାଯାଇଛି । ଏହି ମହିଳାଙ୍କ ବୟସ ୨୫ରୁ ୩୦ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି ।

୨୦୧୫ରେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ପାରିପାର୍ଶ୍ବିକ ଅବସ୍ଥା ଓ ପ୍ରାଥମିକ ତଦନ୍ତ ଅନୁସାରେ ମହିଳାଜଣଙ୍କ ଢେଙ୍କାନାଳ କାମାକ୍ଷାନଗର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳର ବୋଲି ଅନୁମାନ କରାଯାଉଛି ।

ସଂପୃକ୍ତ ମହିଳାଙ୍କ ସଂପର୍କରେ କୌଣସି ସୂଚନା ମିଳିଲେ ଫୋନ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି । କିଛି ପ୍ରାରମ୍ଭିକ ତଥ୍ୟ ପ୍ରମାଣକୁ ଆଧାର କରି ପୁଣି ଥରେ ଫାଇଲକୁ ଖୋଲିଛି ।

  • Tags:

Subscribe

National International State Sports Entertainment