ପାକିସ୍ତାନରେ ପ୍ରବଳ ବର୍ଷା: ବନ୍ୟାରେ ଧୋଇନେଲା ଶତାଧିକ ଘର, ୫୮ ମୃତ
Khabar Odisha:International-Heavy-rains-killed-at-least-58-people-hundreds-of-home-washed-in-Pakistan

ଇସଲାମାବାଦ, ଅଗଷ୍ଟ ୧୦ (ଖବର ଓଡ଼ିଶା): ପାକିସ୍ତାନରେ ବିଗତ ୩ ଦିନ ହେବ ପ୍ରବଳ ବର୍ଷା ହୋଇଛି । ଫଳରେ ୫୮ ଜଣଙ୍କର ମୃତ୍ୟୁ ହୋଇଛି । ରାଷ୍ଟ୍ରୀୟ ପ୍ରାକୃତିକ ବିପର୍ଯ୍ୟୟ କର୍ତ୍ତୃପକ୍ଷ କହିଛନ୍ତି ବର୍ଷା ଯୋଗୁଁ ଆସିଥିବା ବନ୍ୟାରେ ଖାଇବର ରାଜ୍ୟ ସର୍ବାଧିକ ପ୍ରଭାବିତ ହୋଇଛି । ଏହି ଅଂଚଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ସିନ୍ଧରେ ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି । 

ରାଷ୍ଟ୍ରୀୟ ପ୍ରାକୃତିକ ବିପର୍ଯ୍ୟୟ କର୍ତ୍ତୃପକ୍ଷ ଅନୁସାରେ ଗିଲଗିଟ ବାଲିଷ୍ଟାନରେ ୧୦, ପଂଜାବରେ ୮, ବେଲୁଚିସ୍ତାନରେ ୮ ଓ ପାକିସ୍ତାନର ବେଆଇନ ନିୟନ୍ତ୍ରଣ କରିଥିବା କଶ୍ମୀରରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି । ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ୧୫ ଜଣ ଲୋକ ଆହତ ହୋଇଛନ୍ତି । ଦେଶବ୍ୟାପୀ ବର୍ଷା ଓ ବନ୍ୟା ଯୋଗୁଁ ୧୫୮ଟି ଭାଙ୍ଗିଯାଇଛି । ୧୨୮ଟି ଘର ଆଂଶିକ ରୂପେ କ୍ଷତି ହୋଇଛି । 

ଆସନ୍ତା ସପ୍ତାହରେ ମଧ୍ୟ ବର୍ଷା ଜାରି ରହିବାର ଆଶଙ୍କା ଦେଖାଯାଉଛି । ସେନା ପକ୍ଷରୁ କୁହାଯାଇଛି ଯେ, ୨୦ଟି ଗାଁ ଜଳମଗ୍ନ ହୋଇଛି । ଏନଡିଏମଏ ବେଲୁଚିସ୍ତାନର କିଛି ଅଂଚଳରେ ବର୍ଷା ଜାରି ରହିଥିବା ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛି । ସେନା ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ସୁବିଧା ଦିଆଯାଉଛି । 

 

  • Tags:

Subscribe

National International State Sports Entertainment