କୋଭିଡ-୧୯: ବିଶ୍ୱରେ ୨କୋଟି ୫ ଲକ୍ଷ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୭.୪୪ ଲକ୍ଷକୁ ବୃଦ୍ଧି
Khabar Odisha:International-Corona-virus-death-toll-reaches-744-lakh-25-crore-people-detected-in-world-wide

ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡ଼ିଶା): ମହାମାରୀ କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱର ଜନତା ଛଟପଟ ହେଉଛନ୍ତି । କରୋନା ଭାଇରସକୁ ନେଇ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଥିବା ବେଳେ ଏହାର ଟିକା ଓ ଔଷଧ ବାହାର କରିବା ପାଇଁ ବୈଜ୍ଞାନିକ ଦିନ ରାତି ଗବେଷଣା କରୁଛନ୍ତି । ଏହାରି ଭିତରେ କରୋନା ଭାଇରସ ବିଶ୍ୱରେ ୭ ଲକ୍ଷ ୪୪ ହଜାର ୫୨୭ ଜଣଙ୍କର ଜୀବନ ନେଇ ସାରିଛି । ମୋଟ ୨ କୋଟି ୫ ଲକ୍ଷ ୩ ହଜାର ୨୮୦ ଜଣ ଲୋକ କରୋନା ଭାଇରସର ଶିକାର ହୋଇସାରିଛନ୍ତି । ଏଥିରୁ କୋଟିଏ ୩୪ ଲକ୍ଷ ୨୬ ହଜାର ୯୫୭ ଜଣ ସୁସ୍ଥ ହୋଇଥିବା ବେଳେ ୬୩ ଲକ୍ଷ ୩୧ ହଜାର ୭୯୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ହଜାର ୪୩୭ ଜଣ ଗୁରୁତର ଅଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସର ସର୍ବାଧିକ ସଂକଟ ଦେଖାଯାଇଛି । କାରଣ ଏଠାରେ ମୋଟ ୫୩ ଲକ୍ଷ ୪ ହଜାର ୩୭୮ ଜଣ ଆକ୍ରାନ୍ତ ଥିବା ବେଳେ ୧ ଲକ୍ଷ ୬୭ ହଜାର ୫୮୯ ଜଣଙ୍କର ମୃତ୍ୟୁ ହୋଇସାରିଛି । ମୋଟ ଲକ୍ଷ ୨୭ ଲକ୍ଷ ୫୫ ହଜାର ୮୯ ଜଣ ସୁସ୍ଥ ହୋଇଥିବା ବେଳେ ୨୩ ଲକ୍ଷ ୮୧ ହଜାର ୭୦୦ ଜଣ ଚିକିତ୍ସାଧୀନ ଅଛନ୍ତି । ଏବେ ୧୭ ହଜାର ୩୩୯ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୮ ଲକ୍ଷ ୯୭ ହଜାର ୫୯୯  ସଂକ୍ରମିତ, ୧୫ ହଜାର ୧୩୧ ମୃତ

ଦକ୍ଷିଣ ଆଫ୍ରିକା: ୫ ଲକ୍ଷ ୬୬ ହଜାର ୧୦୯ ସଂକ୍ରମିତ, ୧୦ ହଜାର ୭୫୧ ମୃତ

ମେକ୍ସିକୋ: ୪ ଲକ୍ଷ ୮୫ ହଜାର ୮୩୬ ସଂକ୍ରମିତ, ୫୩ ହଜାର ୩ ମୃତ

ପେରୁ: ୪ ଲକ୍ଷ ୮୩ ହଜାର ୧୩୩ ସଂକ୍ରମିତ, ୨୧ ହଜାର ୨୭୬ ମୃତ

କଲୋମ୍ବିଆ: ୪ ଲକ୍ଷ ୧୦ ହଜାର ୪୫୩ ସଂକ୍ରମିତ, ୧୩ ହଜାର ୪୭୫ ମୃତ 

ଚିଲି: ୩ ଲକ୍ଷ ୭୬ ହଜାର ୬୧୬ ସଂକ୍ରମିତ, ୧୦ ହଜାର ୧୭୮ ମୃତ

ସ୍ପେନ: ୩ ଲକ୍ଷ ୭୩ ହଜାର ୬୯୨ ସଂକ୍ରମିତ, ୨୮ ହଜାର ୫୮୧ ମୃତ

ପାକିସ୍ତାନ: ୨ ଲକ୍ଷ ୮୫ ହଜାର ୧୯୧  ସଂକ୍ରମିତ, ୬ ହଜାର ୧୧୨ ମୃତ

 

  • Tags:

Subscribe

National International State Sports Entertainment