କୋଭିଡ-୧୯: ବିଶ୍ୱବ୍ୟାପି ୬.୮୭ ଲକ୍ଷ ମୃତ୍ୟୁ, ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ୭୯ ଲକ୍ଷ
Khabar Odisha:International-Corona-virus-death-toll-reaches-687-lakh-179-crore-people-detected-in-world-wide

ନୂଆଦିଲ୍ଲୀ, ଅଗଷ୍ଟ ୦୨ (ଖବର ଓଡ଼ିଶା): ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱବାସୀଙ୍କୁ କବଳିତ କରୁଛି । ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ରବିବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ବିଶ୍ୱରେ କୋଟିଏ ୭୯ ଲକ୍ଷ ୯୯ ହଜାର ୨୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଲକ୍ଷ ୮୭ ହଜାର ୮୦୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ କୋଟିଏ ୧୩ ଲକ୍ଷ ୧୮ ହଜାର ୭୬୯ ଜଣ ସୁସ୍ଥ ହୋଇଥିଲା ବେଳେ ୫୯ ଲକ୍ଷ ୯୨ ହଜାର ୬୮୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟଙ୍କ ମଧ୍ୟରୁ ଗୁରୁତର ଅଛନ୍ତି ୬୫ ହଜାର ୬୯୬ ଜଣ ଲୋକ । 

ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ଭାରତରେ କରୋନା ଅଧିକ ବ୍ୟାପିଛି କରୋନା ଭାଇରସ । ଯୁକ୍ତରାଷ୍ଟ୍ର ଆମେରିକାରେ ୪୭ ଲକ୍ଷ ୬୪ ହଜାର ୩୦୫ ଜଣ ଲୋକ କରୋନା ସଂକ୍ରମଣରେ ଆସିଛନ୍ତି । ଏଥିରୁ ୧ ଲକ୍ଷ ୫୭ ହଜାର ୮୯୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସରୁ ଆମେରିକାରେ ୨୩ ଲକ୍ଷ ୬୨ ହଜାର ୮୨୦ ଜଣ ସୁସ୍ଥ ହୋଇଥିବା ବେଳେ ୨୨ ଲକ୍ଷ ୪୩ ହଜାର ୫୮୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତେବେ ୧୮ ହଜାର ୭୨୦ ଜଣଙ୍କ ସକ୍ରିୟ ଆକ୍ରାନ୍ତ ଅଛନ୍ତି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨୭ ଲକ୍ଷ ୮ ହଜାର ୮୭୬ ସଂକ୍ରମିତ, ୯୩ ହଜାର ୬୧୬ ମୃତ

ଋଷିଆ: ୮ ଲକ୍ଷ ୪୫ ହଜାର ୪୪୩ ଜଣ ସଂକ୍ରମିତ, ୧୪ ହଜାର ୫୮ ମୃତ

ଦକ୍ଷିଣ ଆଫ୍ରିକା: ୫ ଲକ୍ଷ ୩ ହଜାର ୨୯୦ ଜଣ ସଂକ୍ରମିତ, ୮ ହଜାର ୧୫୩ ମୃତ

ମେକ୍ସିକୋ: ୪ ଲକ୍ଷ ୨୪ ହଜାର ୬୩୭ ସଂକ୍ରମିତ, ୪୬ ହଜାର ୬୮୮ ଜଣ ମୃତ

ପେରୁ: ୪ ଲକ୍ଷ ୧୪ ହଜାର ୭୩୫ ଜଣ ସଂକ୍ରମିତ, ୧୯ ହଜାର ୨୧୭ ମୃତ

ଚିଲି: ୩ ଲକ୍ଷ ୫୭ ହଜାର ୬୫୮ ସଂକ୍ରମିତ, ୯ ହଜାର ୫୩୩ ଜଣ ମୃତ

ସ୍ପେନ: ୩ ଲକ୍ଷ ୩୫ ହଜାର ୬୦୨ ସଂକ୍ରମିତ, ୨୮ ହଜାର ୪୪୫ ମୃତ

ଇରାନ: ୩ ଲକ୍ଷ ୬ ହଜାର ୭୫୨ ସଂକ୍ରମିତ, ୨୮ ହଜାର ୪୪୫ ଜଣ ମୃତ 

ପାକିସ୍ତାନ: ୨ ଲକ୍ଷ ୭୮ ହଜାର ୩୦୫ ଜଣ ସଂକ୍ରମିତ, ୫ ହଜାର ୯୫୧ ମୃତ

 

  • Tags:

Subscribe

National International State Sports Entertainment