କରୋନା: ବିଶ୍ୱରେ ମୃତ୍ୟୁ ସଂଖ୍ୟା ୫.୧୩ ଲକ୍ଷକୁ ବୃଦ୍ଧି, କୋଟିଏ ୫ ଲକ୍ଷ ଲୋକ ସଂକ୍ରମିତ
Khabar Odisha:International-Corona-virus-death-toll-reaches-513-lakh-15-crore-people-detected-in-world-wide

ନୂଆଦିଲ୍ଲୀ, ଜୁଲାଇ ୦୧ (ଖବର ଓଡ଼ିଶା): ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ବୁଧବାର ସକାଳ ସାଢ଼େ ୬ଟା  ଯାଏଁ ସମଗ୍ର ବିଶ୍ୱରେ ୧ କୋଟି ୫ ଲକ୍ଷ ୭୭ ହଜାର ୭୪୭ ଜଣ ସଂକ୍ରମିତ ହୋଇସାରିଥିବା ବେଳେ ୫ ଲକ୍ଷ ୧୩ ହଜାର ୧୮୬ ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷେ ୫୭ ଲକ୍ଷ ୯୦ ହଜାର ୭୬୧ ଜଣ ସୁସ୍ଥ ହୋଇଥିବା ବେଳେ ୪୨ ଲକ୍ଷ ୭୩ ହଜାର ୮୦୦ ଲୋକ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୭ ହଜାର ୭୮୭ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । 

ଯୁକ୍ତରାଷ୍ଟ୍ର ଆମେରିକାରେ ୨୭ ଲକ୍ଷ ୨୭ ହଜାର ୮୪୪ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୩୦ ହଜାର ୧୨୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏଠାରେ ୧୧ ଲକ୍ଷ ୪୩ ହଜାର ୩୩୩ ଜଣ ସୁସ୍ଥ ହୋଇଥିବା ବେଳେ ୧୪ ଲକ୍ଷ ୫୪ ହଜାର ୩୮୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ୧୫ ହଜାର ୯୩୫ ଜଣଙ୍କର ଅବସ୍ଥା ଗୁରୁତର ଅଛି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧୪ ଲକ୍ଷ ୮ ହଜାର ୪୮୫ ସଂକ୍ରମିତ, ୫୯ ହଜାର ୬୫୬ ମୃତ

ଋଷିଆ: ୬ ଲକ୍ଷ ୪୭ ହଜାର ୮୪୯ ଜଣ ସଂକ୍ରମିତ, ୯ ହଜାର ୩୦୨ ଜଣ ମୃତ

ବ୍ରିଟେନ: ୩ ଲକ୍ଷ ୧୨ ହଜାର ୬୫୪ ସଂକ୍ରମିତ, ୪୩ ହଜାର ୭୨୦ ଜଣ ମୃତ

ସ୍ପେନ: ୨ ଲକ୍ଷ ୯୬ ହଜାର ୩୫୧ ଜଣ ସଂକ୍ରମିତ, ୨୮ ହଜାର ୩୫୫ ମୃତ

ପେରୁ: ୨ ଲକ୍ଷ ୮୫ ହଜାର ୨୧୩ ଜଣ ସଂକ୍ରମିତ, ୯ ହଜାର ୬୭୭ ମୃତ

ଚିଲି: ୨ ଲକ୍ଷ ୭୯ ହଜାର ୩୯୩ ସଂକ୍ରମିତ, ୫ ହଜାର ୬୮୮ ଜଣ ମୃତ

ଇଟାଲୀ: ୨ ଲକ୍ଷ ୪୦ ହଜାର ୫୭୮ ସଂକ୍ରମିତ, ୩୪ ହଜାର ୭୬୭ ମୃତ

ଇରାନ: ୨ ଲକ୍ଷ  ୨୭ ହଜାର ୬୬୨ ସଂକ୍ରମିତ, ୧୦ ହଜାର ୮୧୭ ଜଣ ମୃତ 

ପାକିସ୍ତାନ: ୨ ଲକ୍ଷ ୯ ହଜାର ୩୩୭ ଜଣ ସଂକ୍ରମିତ, ୪ ହଜାର ୩୦୪ ମୃତ

 

  • Tags:

Subscribe

National International State Sports Entertainment