କରୋନା ଭାଇରସ୍‌: ବିଶ୍ୱରେ ୧୯.୨୭ କୋଟି ଆକ୍ରାନ୍ତ, ୪୧.୪୧ ଲକ୍ଷ ଲୋକଙ୍କ ମୃତ୍ୟୁ
Khabar Odisha:International-Corona-virus-death-toll-reaches-4141lakh-1927-crore-people-detected-in-world-wide

ନୂଆଦିଲ୍ଲୀ, ଜୁଲାଇ ୨୨ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱର ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୫ ଲକ୍ଷ ୩୮ ହଜାର ୨୩୧ ଜଣ ନୂଆ ଲୋକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୮ ହଜାର ୩୩୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । 

ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୯ କୋଟି ୨୭ ଲକ୍ଷ ୭୨ ହଜାର ୭୮୫ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୪୧ ହଜାର ୭୦୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୭ କୋଟି ୫୩ ଲକ୍ଷ ୧୨ ହଜାର ୩୦୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୩୩ ଲକ୍ଷ ୧୮ ହଜାର ୭୭୭ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୨ହଜାର ୧୬୭ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୧ ଲକ୍ଷ ୩୮ ହଜାର ୯୯୨କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୨୫ ହଜାର ୭୯୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୪ ଲକ୍ଷ ୫୬ ହଜାର ୨୪୨ ଲୋକ ସୁସ୍ଥ ହୋଇଥିବା ବେଳେ ୫୦ ଲକ୍ଷ ୫୬ ହଜାର ୯୬୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୬ ହଜାର ୪୬୩ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୯୪ଲକ୍ଷ ୭୪ହଜାର ୪୮୯ ସଂକ୍ରମିତ, ୫ଲକ୍ଷ ୪୫ ହଜାର ୬୯୦ମୃତ

ଋଷିଆ: ୬୦ ଲକ୍ଷ ୩୦ ହଜାର ୨୪୦ ସଂକ୍ରମିତ, ୧ଲକ୍ଷ ୫୦ ହଜାର ୭୦୫ ମୃତ 

ଫ୍ରାନ୍ସ: ୫୯ ଲକ୍ଷ ୧୧ ହଜାର ୬୦୧ ସଂକ୍ରମିତ, ୧ ଲକ୍ଷ ୧୧ ହଜାର ୫୫୪ ମୃତ 

ୟୁକେ: ୫୩ ଲକ୍ଷ ୬୩ ହଜାର ୬ ସଂକ୍ରମିତ, ୧ ଲକ୍ଷ ୨୮ ହଜାର ୮୯୬ ମୃତ 

ତୁର୍କୀ: ୫୫ ଲକ୍ଷ ୫୪ ହଜାର ୩୧୭ ସଂକ୍ରମିତ, ୫୦ ହଜାର ୭୦୯ ମୃତ

ଆର୍ଜେଣ୍ଟିନା: ୪୭ ଲକ୍ଷ ୯୮ ହଜାର ୮୫୧ ସଂକ୍ରମିତ, ୧ ଲକ୍ଷ ୨ ହଜାର ୮୧୮ମୃତ

କଲୋମ୍ବିଆ: ୪୬ ଲକ୍ଷ ୭୯ ହଜାର ୯୯୪ ସଂକ୍ରମିତ, ୧ ଲକ୍ଷ ୧୭ ହଜାର ୪୮୨ମୃତ 

ଇଟାଲି: ୪୨ ଲକ୍ଷ ୯୭ ହଜାର ୩୩୭ ସଂକ୍ରମିତ, ୧ଲକ୍ଷ ୨୭ ହଜାର ୯୦୫ମୃତ 

ସ୍ପେନ: ୪୨ ଲକ୍ଷ ୧୯ ହଜାର ୭୨୩ ସଂକ୍ରମିତ, ୮୧ ହଜାର ୧୬୬ ମୃତ

 

  • Tags:

Subscribe

National International State Sports Entertainment