କରୋନା ଭାଇରସ ଜନିତ ମୃତ୍ୟୁ ୨୯ ଲକ୍ଷ ନିକଟତର, ୧୩ କୋଟି ୩୬ ଲକ୍ଷ ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-2898lakh-13-36-crore-people-detected-in-world-wide

ନୂଆଦିଲ୍ଲୀ, ଏପ୍ରିଲ ୦୮ (ଖବର ଓଡ଼ିଶା): କରୋନା ଭାଇରସ୍ ମହାମାରୀରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୨୯ ଲକ୍ଷ ନିକଟତର ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୨୯ ଲକ୍ଷ ଅତିକ୍ରମ କରିସାରିଥିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ମହାମାରୀ ଲାଗି ବିଶ୍ୱ୍ରବାସୀଙ୍କ ଚିନ୍ତା ବଢ଼ିଛି ।  ଆଜି ପର୍ଯ୍ୟନ୍ତ ୧୩ କୋଟି ୩୬ ଲକ୍ଷ ୬୯ ହଜାର ୧୦ ଜଣ ଲୋକ କରୋନା ଭାଇସରରେ ସଂକ୍ରମିତ ହୋଇସାରିଥିବା ବେଳେ ୨୮ ଲକ୍ଷ ୯୮ ହଜାର ୪୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୦ କୋଟି ୭୭ ଲକ୍ଷ ୧୭ ହଜାର ୯୨ ହଜାର ୬୫ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୨୯ ଲକ୍ଷ ୭୮ ହଜାର ୯୦୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୬୮୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା ୩ କୋଟି ୧୬ ଲକ୍ଷ ୩୪ ହଜାର ୯୩୯କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୭୧ ହଜାର ୯୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୪୨ ଲକ୍ଷ ୩ ହଜାର ୫୩୨ ଲୋକ ସୁସ୍ଥ ହୋଇଥିବା ବେଳେ ୬୮ ଲକ୍ଷ ୬୦ ହଜାର ୩୧୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୯ ହଜାର ୨୧ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୩୧ଲକ୍ଷ ୯୭ହଜାର ୩୧ସଂକ୍ରମିତ, ୩ଲକ୍ଷ ୪୧ହଜାର ୯୭ମୃତ

ଫ୍ରାନ୍ସ: ୪୮ ଲକ୍ଷ ୪୧ ହଜାର ୩୦୮ ସଂକ୍ରମିତ, ୯୭ ହଜାର ୨୭୩ ମୃତ 

ଋଷିଆ: ୪୬ ଲକ୍ଷ ୬ ହଜାର ୧୬୨ ସଂକ୍ରମିତ, ୧ଲକ୍ଷ ୧ହଜାର ୪୮୦ଜଣ ମୃତ

ୟୁକେ: ୪୩ ଲକ୍ଷ ୬୭ ହଜାର ୨୯୧ ସଂକ୍ରମିତ, ୧ ଲକ୍ଷ ୨୬ ହଜାର ୯୨୭ ମୃତ 

ଇଟାଲି: ୩୭ ଲକ୍ଷ ୩୯୩ ସଂକ୍ରମିତ, ୧ଲକ୍ଷ ୧୨ ହଜାର ୩୭୪ମୃତ 

ତୁର୍କୀ: ୩୬ ଲକ୍ଷ ୩୩ ହଜାର ୯୨୨ ସଂକ୍ରମିତ, ୩୨ ହଜାର ୯୪୩ ମୃତ

ସ୍ପେନ: ୩୩ ଲକ୍ଷ ୨୬ ହଜାର ୭୩୬ ସଂକ୍ରମିତ, ୭୬ ହଜାର ୩୭ ମୃତ 

ଜର୍ମାନୀ: ୨୯ ଲକ୍ଷ ୨୭ ହଜାର ୫୭୨ ସଂକ୍ରମିତ, ୭୮ ହଜାର ୧୭୪ମୃତ 

କଲମ୍ବିଆ: ୨୪ ଲକ୍ଷ ୭୯ ହଜାର ୬୧୭ ସଂକ୍ରମିତ, ୬୪ ହଜାର ୭୬୪ ମୃତ

 

  • Tags:

Subscribe

National International State Sports Entertainment