ଭାରତରୁ କୋଭିଡ ଟିକା ନେପାଳ ପହଂଚିଲା, ଭାରତୀୟ ରାଜଦୂତ କହିଲେ- ପ୍ରତିଶୃତି ପୂରଣ ହେଲା
Khabar Odisha:International-COVID-19-vaccines-reach-Nepal-Indian-envoy-Vinay-Mohan-Kwatra-says-Promise-fulfilled

ନୂଆଦିଲ୍ଲୀ/କାଠମାଣ୍ଡୁ, ଜାନୁଆରୀ ୨୨ (ଖବର ଓଡ଼ିଶା): ନେପାଳକୁ ଏକ ସପ୍ତାହ ପୂର୍ବରୁ ଦିଆଯାଇଥିବା ପ୍ରତିଶୃତି ପୂରଣ କରିଛି ଭାରତ । ଭାରତରେ ଉତ୍ପାଦିତ କୋଭିଡ-୧୯ଟିକା ଗୁରୁବାର ନେପାଳ ପହଂଚିଛି । ମୋଟ ୧୦ ଲକ୍ଷ ଡୋଜର କରୋନା ଟିକା ନେପାଳକୁ ଦେଇଛି ଭାରତ । ନେପାଳ ବିଦେଶ ମନ୍ତ୍ରୀ ପ୍ରଦୀପ ଗାୱାଲି କରୋନା ଟିକା ପାଇଁ ନିବେଦନ କରିଥିଲେ । 

ସେରମ ପ୍ରତିଷ୍ଠାନ ଦ୍ୱାରା ଉତ୍ପାଦିତ ହୋଇଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା- କୋଭିଶିଲ୍ଡ ଟିକା ଗତକାଲି ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରିଥିଲା ଏବଂ ଏହା କାଠମାଣ୍ଡୁସ୍ଥିତ ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିଥିଲା । ନେପାଳ ସ୍ୱାସ୍ଥ୍ୟ ମନ୍ତ୍ରୀ ହୃଦୟେଶ ତ୍ରିପାଠୀ, ରାଷ୍ଟ୍ରପାହ୍ୟା ମନ୍ତ୍ରୀ ନବରାଜ ରାୱତ, ସଚିବ ଲକ୍ଷ୍ମଣ ଆର୍ଯ୍ୟାଲ ଓ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କାୱାତ୍ରା ଟିକା ପହଂଚିବା ସମୟରେ ଉପସ୍ଥିତ ଥିଲେ । 

ଏହି ଅବସରରେ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କହିଛନ୍ତି ଯେ, ଗୋଟିଏ ସପ୍ତାହ ପୂର୍ବରୁ ଭାରତ ସରକାରଙ୍କ ବିଦେଶ ବ୍ୟାପର ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଶୃତି ପୂରଣ କରାଯାଇଛି । ଶେଷରେ ନେପାଳକୁ ଭାରତ କରୋନା ଟିକା ଯୋଗାଇଛି । ଭାରତର ପଡୋଶୀକୁ ପ୍ରାଥମିକତା ଭିତ୍ତିରେ ଏହି ଟିକା ମିଳିଛି । ଏଥି ସହିତ ଭାରତର ଅନ୍ୟ ପଡୋଶୀ ରାଷ୍ଟ୍ର ଯଥା ଭୂଟାନ, ମାଳଦୀପ ଓ ବାଂଲାଦେଶକୁ ଟିକା ମିଳିଥିବା ବେଳେ ଖୁବ ଶୀଘ୍ର ଶ୍ରୀଲଙ୍କା ଓ ମିଆଁମାରକୁ ଟିକା ଯୋଗାଇବ ଭାରତ ।

 

  • Tags:

Subscribe

National International State Sports Entertainment