ଇଟାଲୀ ପରେ ସ୍ପେନରେ ୨ୟ ସର୍ବାଧିକ ମୃତ୍ୟୁ, ବିଶ୍ୱରେ କରୋନା ନେଲା ୨୧,୨୦୦ ଜୀବନ
Khabar Odisha:International-After-Italy-Spain-witnesses-second-highest-number-of-coronavirus-COVID-19-deaths

ନୂଆଦିଲ୍ଲୀ, ମାର୍ଚ୍ଚ ୨୬ (ଖବର ଓଡ଼ିଶା): ଚୀନରୁ ବ୍ୟାପିଥିବା କରୋନା ଭାଇରସ ସଂକ୍ରମଣରେ ଇଟାଲୀ ପରେ ସ୍ପେନରେ ଦୟନୀୟ ସ୍ଥିତି ଦେଖାଯାଇଛି । ବୁଧବାର ଇଟାଲୀରେ ୬୮୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ପେନରେ ୬୫୬ ଜଣଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷେ ଚୀନରେ ମାତ୍ର ୬ ଜଣଙ୍କ ମୃତ୍ୟୁ ହୋଇଛି । ସମଗ୍ର ବିଶ୍ୱରେ କରୋନ ଭାଇରସ ସଂକ୍ରମଣରେ ଗୁରୁବାର (ମାର୍ଚ୍ଚ ୨୬ ସକାଳ ୭ଟା ସୁଦ୍ଧା) ୨୧ ହଜାର ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା ବେଳେ ୪ ଲକ୍ଷ ୬୮ ହଜାର ୯୦୫ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ସେହିଭଳି ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୪ ହଜାର ୨୧୮ ଜଣ ଭଲ ହୋଇଛନ୍ତି । 

ସେହିଭଳି ୩ ଲକ୍ଷ ୧୮ ହଜାର ୬୯୫ ଜଣଙ୍କ ଚିକିତ୍ସା ଜାରି ଥିବା ବେଳେ ୧୪ ହଜାର ୭୯୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । କରେନା ଯୋଗୁଁ ଇଟାଲୀରେ ସର୍ବାଧିକ ମୃତ୍ୟୁ ହୋଇଛି । ଏହି ଦେଶରେ ମୋଟ ୭୫୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୪ ହଜାର ୩୮୬ ଜଣ ସଂକ୍ରମିତ ଅଛନ୍ତି । ମାତ୍ର ୯ ହଜାର ୩୬୨ ଜଣଙ୍କୁ ଚିକିତ୍ସା ଦେଇ ଭଲ କରାଯାଇପାରିଛି । ସ୍ପେନରେ ୩ ହଜାର ୬୪୭ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୪୯ ହଜାର ୫୧୩ ଜଣଙ୍କ ଚିକିତ୍ସା ଯୋଗାଇ ଦିଆଯାଇଛି । ସେଥିରୁ ୫ ହଜାର ୩୬୭ ଜଣ ସୁସ୍ଥ ଅଛନ୍ତି । 

ଚୀନରେ ମୃତ୍ୟୁ ସଂଖ୍ୟାରେ ନିୟନ୍ତ୍ରଣ ଆସିଛି । ଏଠାରେ ମୋଟ ୮୧ ହଜାର ୨୮୫ ଜଣ ସଂକ୍ରମଣର ଶିକାର ହୋଇଥିବା ବେଳେ ସେଥିରୁ ୭୪ ହଜାର ୫୧ ଜଣ ସୁସ୍ଥ ଅଛନ୍ତି । କିନ୍ତୁ ୩ ହଜାର ୨୮୭ ଜଣଙ୍କ ମୃତ୍ୟୁ ହୋଇସାରିଛି । ସ୍ପେନ ତଳକୁ ଇରାନର ନାମ ଆସିଛି । ଇରାନରେ ମୋଟ ୨୭ ହଜାର ୧୭ ଜଣଙ୍କୁ କରୋନା ଭାଇରସ ହୋଇଥିଲା । ଏଥିରୁ ୨ ହଜାର ୭୭ ଜଣ ଜୀବନ ହାରିଥିବା ବେଳେ ୯ ହଜାର ୬୨୫ ଜଣ ଭଲ ହୋଇଛନ୍ତି । ଫ୍ରାନ୍ସରେ ୧ ହଜାର ୩୩୧ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ୨୫ ହଜାର ୨୩୩ ଜଣ ସଂକ୍ରମିତ ଅଛନ୍ତି । ସେଥିରୁ ୩ ହଜାର ୯୦୦ ଲୋକ ଭଲ ହୋଇଯାଇଛନ୍ତି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୨ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬୩୬ ଜଣ । ମାତ୍ର ୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

 

  • Tags:

Subscribe

National International State Sports Entertainment