କୋଲକାତା, ନଭେମ୍ବର 25 (ଖବର ଓଡ଼ିଶା):
ଦେଶର ଅନ୍ୟତମ ମେଟ୍ରୋ ଲହର କୋଲକାତାର ଲଡକ ଉପରେ ଗଡିଛି ଦେଶର ପ୍ରଥମ ଟ୍ରାମ ଲାଇବ୍ରେରୀ । ପଶ୍ଚମବଙ୍ଗ ପରିବହନ ବିଭାଗ ଏହାକୁ ପରିଚାଳନା କରୁଛି । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏହି ଟ୍ରାମ ଲାଇବ୍ରେରୀରେ ବିଭିନ୍ନ ଖବରକାଗଜ, ପତ୍ରପତ୍ରିକା ଓ ପୁସ୍ତକ ମାନ ରଖାଯାଇଛି । ଟ୍ରାମ ଲାଇବ୍ରେରୀଟି ଦୈନିକ ଶ୍ୟାମ ବଜାରରୁ ବାହାରି ଏସପ୍ଲାନେଡ ଅଭିମୁଖେ ଯାଇଥାଏ । ଏହି ରାସ୍ତାରେ 30 ଟି ଶିକ୍ଷାନୁଷ୍ଠାନ ପଡେ । ଟ୍ରାମ ଲାଇବ୍ରେରୀ ଭିତରେ ଇ- ପୁସ୍ତକ ପଢିବା ପାଇଁ ମାଗଣା ଓ୍ୱାଇ ଫାଇର ମଧ୍ୟ ବ୍ୟବସ୍ଥା ରହିଛି ।