ଆହ୍ୱାନକୁ ସୁଯୋଗରେ ପରିଣତ କଲା ଭାରତ, ଦୁଇ ମାସ ମଧ୍ୟରେ ପିପିଇ କିଟ ଉତ୍ପାଦନ କରିବାରେ ବିଶ୍ୱରେ ଦ୍ୱିତୀୟ ସ୍ଥାନ ଦଖଲ କଲା ଭାରତ
Khabar Odisha:India-ranks-second-in-the-world-in-producing-PPE-kits-in-two-months
ନୂଆଦିଲ୍ଲୀ, ମେ ୨୨ (ଖବର ଓଡ଼ିଶା):

ଦୁଇମାସ ପୂର୍ବେ, ଯେତେବେଳେ ଦେଶରେ ପ୍ରଥମେ ପ୍ରଥମେ କରୋନା ସଂକ୍ରମଣ ବ୍ୟାପିବା ଆରମ୍ଭ କଲା, ସେତେବେଳେ ଶରୀର ଆବରଣ ପାଇଁ ଆବଶ୍ୟକ ପଡୁଥିବା PPEକିଟ ପାଇଁ ଭାରତ ଚୀନ ସମେ ବିଶ୍ୱର ଅନ୍ୟ ଦେଶ ମାନଙ୍କ ଉପରେ ନିର୍ଭର କରିଥିଲା । ହେଲେ ବର୍ତ୍ତମାନ ସମୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ଏହି ଦୁଇ ମାସ ମଧ୍ୟରେ ସରକାର ଏହାକୁ ଆହ୍ୱାନ ଭାବରେ ନେଇ ଏହାକୁ ସୁଯୋଗରେ ପରିଣତ କରିଛନ୍ତି । ଆଜି ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ PPE ବଡି କଭର ଉତ୍ପାଦନକାରୀ ହୋଇପାରିଛି | କରୋନା ସଂକ୍ରମଣ ବିରୋଧରେ ସଂଗ୍ରାମରେ ଡାକ୍ତରମାନଙ୍କୁ ସୁରକ୍ଷା ଦେବା ପାଇଁ PPE ଶରୀରର ଆବରଣ ପାଇଁ ଅତ୍ୟନ୍ତ ଉପଯୋଗୀ |

ବୟନ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ, ଭାରତ 2 ମାସ ମଧ୍ୟରେ ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୱିପମେଣ୍ଟ (ପିପିଇ) ବଡି କଭର ଉତ୍ପାଦନ କ୍ଷେତ୍ରରେ ଲମ୍ୱ ଡିଆଁ ମାରିଛି । ଗୁଣବତ୍ତା ଦୃଷ୍ଟିରୁ ଉତ୍ପାଦନ କ୍ଷେତ୍ରରେ ଆମେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛୁ। ଚୀନ୍ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି। ମନ୍ତ୍ରଣାଳୟ ବ୍ୟବସ୍ଥା କରିଛି ଯେ କେବଳ ସାର୍ଟିଫିକେଟ୍ ତଥା ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏଜେନ୍ସିମାନେ ହିଁ ସରକାରଙ୍କୁ PPE ବଡି କଭର ଯୋଗାଇ ପାରିବେ | ଏହା ବ୍ୟତୀତ ମୁମ୍ୱାଇରେ ଥିବା ଟେକ୍ସଟାଇଲ୍ କମିଟି ମଧ୍ୟ ବର୍ତ୍ତମାନ ପିପିଇ କିଟର ପରୀକ୍ଷଣ ଏବଂ ପ୍ରମାଣୀକରଣ କରିବାରେ ସକ୍ଷମ ହେବ।

ବୟନ ମନ୍ତ୍ରାଳୟର ଅତିରିକ୍ତ ଆୟୁକ୍ତ, ବୟନ ମନ୍ତ୍ରଣାଳୟ ଏବଂ ଟେକ୍ସଟାଇଲ୍ କମିଟିର ସଚିବ ଅଜିତ୍ ଚୌହାନ କହିଛନ୍ତି କିଭଳି ଏହି ଆହ୍ୱାନକୁ ଏକ ସୁଯୋଗରେ ପରିଣତ କରାଗଲା । ସେ କହିଛନ୍ତି ଯେ 2 ମାସ ପୂର୍ବେ ଯେତେବେଳେ PPE ବଡି କଭର କିଟର ଆବଶ୍ୟକତା ବଢିବାରେ ଲାଗିଲା, ସେତେବେଳେ ଭାରତ ଏହାର ଉତ୍ପାଦନ ଆରମ୍ଭ କଲା, କିନ୍ତୁ ଚାଇନାର କିଛି ରପ୍ତାନିକାରୀ ହଠାତ୍ ବିଶ୍ୱର ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯାଉଥିବା ମେସିନ ମୂଲ୍ୟରେ ବୃଦ୍ଧି କରିଦେଇଥିଲେ ମେସିନ ମୂଲ୍ୟ ପ୍ରବଳ ବୃଦ୍ଧି କରିବାରୁ ଭାରତ ନିଜେ ଘରୋଇ ସ୍ତରରେ ମେସିନ ପ୍ରସ୍ତୁତ କରି ଏହାକୁ ଉତ୍ପାଦନ କରିବା ଆରମ୍ଭ କଲା ଏବଂ ଖୁବ ସମୟ ମଧ୍ୟରେ ଆଜି ଆମେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ ହୋଇପାରିଛୁ |

ସୂଚନାଯୋଗ୍ୟ ଯେ, ଏହି ପିପିଇ କିଟରେ ଶରୀରକୁ ଆବଦ୍ଧ କରୁଥିବା ଶରୀରର ସୁଟ୍ ଏବଂ ଜୋତା କଭର ମଧ୍ୟ ଅନ୍ତର୍ଭୁକ୍ତ ହୋଲି ଜଣାପଡିଛି  । ଏହି କିଟ୍ ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ ଏବଂ କରୋନା ଜୀବାଣୁ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଅନ୍ୟମାନଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ |

  • Tags:

Subscribe

National International State Sports Entertainment