ମହାମାରୀରେ ପିଡିତ 2020ରେ ଭାରତରେ ବୃଦ୍ଧି ପାଇଲା ବିଦେଶୀ ପୁଞ୍ଜି ନିବେଶ 64 ବିଲିୟନ ଡଲାର ସହିତ ପୃଥିବୀରେ ପଞ୍ଚମ
Khabar Odisha:India-Received-64-Billion-FDI-In-2020-Fifth-Largest-In-World-UN

ନୂଆଦିଲ୍ଲୀ,ଜୁନ୍ 21(ଖବର ଓଡ଼ିଶା):ମହାମାରୀରେ ପିଡିତ ବର୍ଷ 2020ରେ ଭାରତରେ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ 64 ବିଲିୟନ ଡଲାର ହୋଇଛି। ଏହି ନିବେଶ ସହିତ ଭାରତ ବିଶ୍ଵରେ ପ୍ରତ୍ୟେକ୍ଷ ବିଦେଶୀ ନିବେଶ କ୍ଷେତ୍ରରେ ପଞ୍ଚମ ସ୍ଥାନରେ ରହିଛି। ଜାତିସଂଘର ବାର୍ଷିକ ‘କନ୍‌ଫରେନ୍‌ସ୍‌ ଅନ୍‌ ଟ୍ରେଡ୍‌ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌’ ରିପୋର୍ଟରେ ପ୍ରକାଶ ପାଇଛି।

କରୋନା ମହାମାରୀ ପ୍ରଭାବରେ ଗୋଟିଏ ବର୍ଷରେ ବିଦେଶୀ ପୁଞ୍ଜି ନିବେଶ ପ୍ରବାହ 35 ପ୍ରତିଶତ ହ୍ରାସ ପାଇ 2019 ରେ 1.5 ଟ୍ରିଲିୟନ ଡଲାର ଥିବାବେଳେ 1 ଟ୍ରିଲିୟନକୁ ଖସି ଆସିଥିଲା। ତେବେଏସିଆର ବିକାଶଶୀଳ ଦେଶକୁ ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧି ହୋଇ 535 ବିଲିୟନ ଡ଼ଲାରରେ ପହଞ୍ଚିଛି।

‘କନ୍‌ଫରେନ୍‌ସ୍‌ ଅନ୍‌ ଟ୍ରେଡ୍‌ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌’ (ୟୁଏନ୍‌ସିଟିଏଡି) ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଏଫଡିଆଇ 27% ବୃଦ୍ଧି ହୋଇ 2020 ରେ 64 ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା 2019 ରେ 51 ବିଲିୟନ ଡ଼ଲାର ଥିଲା।

  • Tags:

Subscribe

National International State Sports Entertainment