ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର କହିଛି ଯେ, ମହତ୍ୱାକାଂକ୍ଷୀ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ)ର ଦୁଇଟି ମହାକାଶଯାନ ଧୀରେଧୀରେ ପରସ୍ପରର ନିକଟତର ହେବାରେ ଲାଗିଛି। ଯଦି ସବୁ କିଛି ଠିକ୍ ଠାକ୍ ରହେ ତେବେ ଶୁକ୍ରବାର ଠାରୁ ଡକିଂ ପ୍ରକ୍ରିୟା ଆରମ୍ଭ ହୋଇପାରେ। ତେବେ ଇସ୍ରୋ ଏ ନେଇ କୌଣସି ସୂଚନା ଦେଇନାହିଁ।
'ସ୍ପାଡେକ୍ସ' ମିଶନ ଅଧୀନରେ ଭାରତ ମହାକାଶଯାନକୁ ଡକ୍ କରିବା ଏବଂ ନିଷ୍କ୍ରିୟ କରିବାର କ୍ଷମତା ପ୍ରଦର୍ଶନ କରିବ। ଏହି ସଫଳତା ସହିତ ଆମେରିକା, ରୁଷିଆ ଏବଂ ଚୀନ୍ ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ମହାକାଶ ଜ୍ଞାନକୌଶଳ ପ୍ରୟୋଗ କରିବାର କ୍ଷମତା ରଖିବ।
ଡକିଂ ଦୁଇଟି ମହାକାଶଯାନକୁ ୨୨୫ ମିଟର ଦୂରତାକୁ ଆଣିବା କଥା, କିନ୍ତୁ ପ୍ରୟାସ ସମୟରେ ବୈଷୟିକ ତ୍ରୁଟି ଯୋଗୁଁ ଡକିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା। ଇସ୍ରୋକୁ ଦୁଇ ଥର ଡକିଂ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ପଡ଼ିଛି। ପୂର୍ବରୁ ଏହି ପ୍ରକ୍ରିୟା ଜାନୁଆରି ୭ତାରିଖରେ ହେବାର ଥିଲା। ପୂର୍ବରୁ ଏହାକୁ ଜାନୁଆରି ୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ୯ ତାରିଖରେ ମଧ୍ୟ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା।
ଇସ୍ରୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, 'ସ୍ପାଡେକ୍ସ' ଡକିଂ ଅପଡେଟ୍: ଡ୍ରିଫ୍ଟ କୁ ବନ୍ଦ କରାଯାଇଛି। ପରସ୍ପର ର ନିକଟତର ହେବା ପାଇଁ ମହାକାଶଯାନ ଧୀର ଗତିରେ ଗତି କରୁଛି ଡକିଂ ହେଉଛି ଗୋଟିଏ ମହାକାଶଯାନକୁ ଅନ୍ୟ ମହାକାଶଯାନରେ ଯୋଡିବା ଏବଂ ଅନକକିଂ ହେଉଛି ଦୁଇଟି ମହାକାଶଯାନର ଅଲଗା ହେବା। ଚନ୍ଦ୍ରରୁ ନମୁନା ଫେରାଇ ଆଣିବା, ଭାରତୀୟ ମହାକାଶ କେନ୍ଦ୍ର ନିର୍ମାଣ ଭଳି ଭାରତର ମହତ୍ୱାକାଂକ୍ଷୀ ଅଭିଯାନ ପାଇଁ ଏହି ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ।
ଡିସେମ୍ବର ୩୦ରେ ଇସ୍ରୋ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି ସି୬୦ ରକେଟ ଜରିଆରେ ଏସଡିଏକ୍ସ୦୧ (ଚେଜର) ଏବଂ ଏସଡିଏକ୍ସ୦୨ (ଟାର୍ଗେଟ) ନାମକ ଦୁଇଟି ଉପଗ୍ରହ ଉତକ୍ଷେପଣ କରିଥିଲା । ପ୍ରାୟ ୨୨୦ କିଲୋଗ୍ରାମ ଓଜନର ଏହି ଦୁଇଟି କ୍ଷୁଦ୍ର ଉପଗ୍ରହକୁ ୪୭୫ କିଲୋମିଟର ଗୋଲାକାର କକ୍ଷପଥରେ ରଖାଯାଇଥିଲା।
ଇସ୍ରୋ ଅନୁଯାୟୀ, ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (ସ୍ପାଡେକ୍ସ) ଅଭିଯାନ ହେଉଛି ଉଭୟ ଉପଗ୍ରହକୁ ବ୍ୟବହାର କରି ମହାକାଶରେ ଡକିଂ କରିବାର ଶସ୍ତା ଜ୍ଞାନକୌଶଳ ପ୍ରଦର୍ଶନ କରିବାର ଏକ ଅଭିଯାନ। ଭାରତର ମହାକାଶ ଯୋଜନା ପାଇଁ ଏହି ଟେକ୍ନୋଲୋଜି ଜରୁରୀ। ଯଥା ଭାରତୀୟଙ୍କୁ ଚନ୍ଦ୍ରକୁ ପଠାଇବା, ଚନ୍ଦ୍ରରୁ ନମୁନା ଆଣିବା, ଭାରତୀୟ ମହାକାଶ ଷ୍ଟେସନ (ବିଏଏସ୍) ନିର୍ମାଣ ଓ ପରିଚାଳନା ଇତ୍ୟାଦି।
ଅଧିକ ପଢ଼ନ୍ତୁ: ହଲିଉଡ୍ ହିଲ୍ସରେ ୧୦୦୦ରୁ ଅଧିକ କୋଠା କ୍ଷତିଗ୍ରସ୍ତ