ଆଇପିଏଲ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗ - ୱାସିମ ଆକ୍ରମ
Khabar Odisha:IPL-is-the-biggest-league-in-world
ନୂଆଦିଲ୍ଲୀ, ଅଗଷ୍ଟ ୦୧ (ଖବର ଓଡ଼ିଶା):

ଭାରତୀୟ ପ୍ରିମିୟର ଲିଗ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନୀ ଫାଷ୍ଟ ବୋଲର ୱାସିମ ଆକ୍ରମ. 

ଆକ୍ରମଙ୍କ ମତରେ ଭାରତୀୟ କ୍ରିକେଟ ବୋର୍ଡ ଏହି ଆଇପିଏଲ ପାଇଁ ବହୁ ଖର୍ଚ୍ଚ କରୁଛି. ଏଥିରେ ବିଶ୍ୱର ସବୁ ଷ୍ଟାର କ୍ରିକେଟର ଖେଳୁଛନ୍ତି. ଏହି ଦୃଷ୍ଟିରୁ ଆଇପିଏଲ ସବୁଠାରୁ ବଡ଼ କ୍ରିକେଟ ଲିଗ. ଏହି ଆଇପିଏଲରେ ଭାରତର ଯୁବ କ୍ରିକେଟର ମାନେ ବିଶ୍ୱର କ୍ରିକେଟ ଷ୍ଟାର ମାନଙ୍କ ସହ ମିଶିବାର ସୁଯୋଗ ପାଇଥାନ୍ତି ଏବଂ ଭାରତୀୟ କ୍ରିକେଟରେ ଯେଉଁ ବିକାଶ ହୋଇଛି ତାହା ଏହି ଆଇପିଏଲ ଯୋଗୁଁ ହୋଇଛି ବୋଲି ଏହି ପାକ କ୍ରିକେଟର ମତ ଦେଇଛନ୍ତି. 

ଏହା ସହ ଆଇପିଏଲରେ ବହୁ ଟଙ୍କା ଖର୍ଚ୍ଚ ହୋଇଛି. ଏଥିରେ ପ୍ଲେୟାର କିଣିବାକୁ ପ୍ରତ୍ୟେକ ଫ୍ରାଞ୍ଚାଇଜ ପାଖରେ 60 କୋଟି ଟଙ୍କା ରଖାଯାଇଥାଏ. ଯାହାକି ପାକିସ୍ତାନ ସୁପର ଲିଗ ଠାରୁ ବହୁତ ଅଧିକ. ତେଣୁ ଆଇପିଏଲ ଏବଂ ପିଏସଏଲ ମଧ୍ୟରେ କୌଣସି ତୁଳନା ହୋଇପାରିବନି ବୋଲି ଏହି ପୂର୍ବତନ ଫାଷ୍ଟ ବୋଲର କହିଛନ୍ତି.

  • Tags:

Subscribe

National International State Sports Entertainment