କାନପୁର: ଜନ୍ମାଷ୍ଟମୀରେ ମଥୁରା-ବୃନ୍ଦାବନଠାରୁ ଆରମ୍ଭ କରି ଦେଶବ୍ୟାପୀ ଆନନ୍ଦ ଓ ଉଲ୍ଲାସ ଦେଖାଯାଇଛି। ପ୍ରତ୍ୟେକ ଘରେ ଜନ୍ମାଷ୍ଟମୀ ପାଳନ କରାଯାଇଛି। ମନ୍ଦିରଗୁଡ଼ିକ ନିଆରା ଢଙ୍ଗରେ ସଜ୍ଜିକରଣ କରାଯାଇଥିଲା। ଉତ୍ତରପ୍ରଦେଶର କାନପୁର ସହରରେ ଶତାଧିକ ମହିଳା ନିଜର ଡେଲିଭରି କରାଇଥିଲେ। ଏହାର କାରଣ ଥିଲା ନିଜର ପିଲା ଭିତରେ କୃଷ୍ଣଙ୍କ ଭଳି ବୀର ଶକ୍ତି ଜାତ ହେଉ ଏବଂ କହ୍ନେୟା ଭଳି ତାଙ୍କର ରକ୍ଷା କରୁ। ସବୁଠାରୁ ବଡ଼କଥା ହେଲା ଯେ, ଅଧିକାଂଶ ଶିଶୁଙ୍କ ନାମ କୃଷ୍ଣ, ଶ୍ୟାମ ଘନଶ୍ୟାମ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
କାନପୁରସ୍ଥିତ ଲୀଳାମଣୀ ହସ୍ପିଟାଲରେ ଆଜି ସ୍ବାମୀ ଗୁପ୍ତା ନାମରେ ଜଣେ ବ୍ୟକ୍ତିଙ୍କ ଶିଶୁ ଜନ୍ମ ହେଲା ପରେ ତାର ନାମ କୃଷ୍ଣ ଭଗବାନଙ୍କ ନାମରେ ନାମକରଣ କରିଛନ୍ତି। ସେ ପୂର୍ବରୁ ନିଜର ଡେଲିଭରି ପାଇଁ ଜନ୍ମାଷ୍ଟମୀ ଦିନ ଚୟନ କରିଥିଲେ ଏବଂ ନିର୍ଦ୍ଧାରଣ କରିଥିଲେ ଯେ, ତାଙ୍କର ଯଦି ପୁଅ ଜନ୍ମ ହେବ, ତାର ନାମ କୃଷ୍ଣ ରଖାଯିବ।
ସେହିଭଳି କାନପୁରର ଡଫରିନ ହସ୍ପିଟାଲରେ ଜନ୍ମାଷ୍ଟମୀ ଦିନ ୮ ଜଣ ମହିଳା ଡେଲିଭରି କରାଇଛନ୍ତି। ଶୀଳା ହସ୍ପିଟାଲରେ ୧୦ ଜଣ ମହିଳା ଡେଲିଭରି କରାଇଛନ୍ତି। ଉର୍ସଲା ହସ୍ପିଟାଲରୁ କାଶୀରାମ ହସ୍ପିଟାଲ ଓ ଅନେକ ଘରୋଇ ଡାକ୍ତରଖାନାରେ ଶତାଧିକ ମହିଳା ଡେଲିଭରି କରାଇଛନ୍ତି। ଯେଉଁ ମହିଳାମାନେ କନ୍ୟା ସନ୍ତାନ ଜନ୍ମ କରିଛନ୍ତି, ସେମାନେ ମଧ୍ୟ ନିରାଶ ହୋଇନାହାନ୍ତି। ବରଂ ଉତ୍ସାହର ସହିତ ଭଗବାନ କୃଷ୍ଣଙ୍କ ଶକ୍ତି ରାଧା ଓ ରୁକ୍ମିଣୀ ରଖିଛନ୍ତି।
କେବଳ କାନପୁର ନୁହେଁ, ସମଗ୍ର ଦେଶରେ ଜନ୍ମଷ୍ଟମୀ ନେଇ ଲୋକେ ଉତ୍ସାହିତ ଦେଖାଯାଇଛନ୍ତି। ଜନ୍ମାଷ୍ଟମୀ ଦିନ ଘରେ ଓ ଡାକ୍ତରଖାନାର ଶହଶହ ଶିଶୁ ଜନ୍ମ ହୋଇଛନ୍ତି। ଧାର୍ମିକ ମନୋବୃତ୍ତି ରଖୁଥିବା ଅଭିଭାବକମାନେ ତାଙ୍କର ଶିଶୁମାନଙ୍କର ନାମ କୃଷ୍ଣ ବା ରାଧା ରଖିବାକୁ ଅଭିଭାବକ ଭଲ ପାଇଛନ୍ତି। ଆହୁରି ଅନେକ ରାଧା ଓ କୃଷ୍ଣଙ୍କ ଅନ୍ୟ ନାମକୁ ଗ୍ରହଣ କରିଥାନ୍ତି।
ଅଧିକ ପଢ଼ନ୍ତୁ: କାନାଡ଼ା ପରେ ଅଷ୍ଟ୍ରେଲିଆ ଦେଲା ଭାରତୀୟଙ୍କୁ ବଡ଼ ଝଟକା