ଜୟପୁର: ରାଜସ୍ଥାନର ଅଜମେରର ଏକ ସିଭିଲ୍ କୋର୍ଟ ଶୁକ୍ରବାର ଦିନ ଖୱାଜା ମୋଇନୁଦ୍ଦିନ ହାସନ ଚିଶ୍ତିଙ୍କ ଦରଘାରେ ଥିବା ଏକ ଶିବ ମନ୍ଦିର ମାମଲାର ଶୁଣାଣି କରିବେ। ଏଥି ପାଇଁ ଏହି ମାମଲାର ଆବେଦନକାରୀ ନିଜେ ବିପଦରେ ଥିବା ପ୍ରକାଶ କରିଛନ୍ତି।
ଏହି ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗୁରୁବାର ଆବେଦନକାରୀ ବିଷ୍ଣୁ ଗୁପ୍ତା ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଏକ ଆବେଦନ ଦାଖଲ କରି କହିଥିଲେ ଯେ ଶୁଣାଣି ସମୟରେ ଅଦାଲତ ପରିସରରେ ଅନାବଶ୍ୟକ ଭିଡ଼ ଜମା ହେବାକୁ ଦିଆ ନଯାଉ। ସେମାନଙ୍କ ସହ କୌଣସି ଅପ୍ରୀତିକର ଘଟଣା ଘଟିପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଶୁଣାଣି ସମୟରେ କେବଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋର୍ଟରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି।
ଗୁପ୍ତା ଗତବର୍ଷ ନଭେମ୍ବର ୨୭ତାରିଖରେ ପିଟିସନ୍ ଦାଖଲ କରି କହିଥିଲେ ଯେ ଅଜମେର ଦରଘା ପୂର୍ବରୁ ସଂକଟ ମୋଚନ ଶିବ ମନ୍ଦିର ଥିଲା। ଆବେଦନକୁ ଗ୍ରହଣ କରି କୋର୍ଟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ, ଦରଘା କମିଟି ଓ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗକୁ ନୋଟିସ୍ ପଠାଇ ସେମାନଙ୍କ ପକ୍ଷ ରଖିବାକୁ କହିଥିଲେ।
ସେପ୍ଟେମ୍ବର ୨୬ ତାରିଖରେ ହିନ୍ଦୁ ସେବାର ରାଷ୍ଟ୍ରୀୟ ସଭାପତି ତଥା ସରିତା ବିହାରନିବାସୀ ବିଷ୍ଣୁ ଗୁପ୍ତା ଆଇନଜୀବୀ ଶଶି ରଞ୍ଜନ କୁମାର ସିଂହଙ୍କ ଜରିଆରେ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ଗତ ବର୍ଷ ନଭେମ୍ବରରେ ଏହି ମାମଲାର ଶୁଣାଣି ହୋଇଥିଲା। ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ନଭେମ୍ବର ୨୭ ତାରିଖ ଧାର୍ଯ୍ୟ କରିଥିଲେ। ଦରଘାରେ ଏକ ଶିବ ମନ୍ଦିର ଅଛି ବୋଲି ଦାବି କରାଯାଇଛି। ଗତ ଶୁଣାଣି ସମୟରେ ଏକ ସ୍ବତନ୍ତ୍ର ପୁସ୍ତକକୁ ପ୍ରମାଣ ଭାବେ ଉପସ୍ଥାପିତ କରାଯାଇଥିଲା। ପୁସ୍ତକରେ ଦାବି କରାଯାଇଛି ଯେ ସେଠାରେ ଏକ ହିନ୍ଦୁ ମନ୍ଦିର ଥିଲା।
ହିନ୍ଦୁ ପକ୍ଷର ଦାବି
-ଦରଘା ଭୂମିରେ ଭଗବାନ ଶିବଙ୍କର ଏକ ମନ୍ଦିର ଥିଲା
-ମନ୍ଦିରରେ ପୂଜାର୍ଚ୍ଚନା ଓ ଜଳାଭିଷେକ ଅନୁଷ୍ଠିତ ହୋଇଥିଲା
-ଆବେଦନରେ ୧୯୧୧ ମସିହାରେ ଅଜମେରବାସୀ ହର ବିଳାସ ଶାରଦାଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକକୁ ଉଲ୍ଲେଖ କରାଯାଇଛି
-ଏହି ପୁସ୍ତକରେ ଦରଘା ବଦଳରେ ଏକ ମନ୍ଦିର ବିଷୟରେ ଉଲ୍ଲେଖ ରହିଛି
-ଦରଘା ପରିସରରେ ଥିବା ୭୫ ଫୁଟ ଲମ୍ବା ବୁଲନ୍ଦ ଦ୍ୱାର ନିର୍ମାଣରେ ମନ୍ଦିରର ଭଗ୍ନାବଶେଷର ଖଣ୍ଡ ଖଣ୍ଡ
-ବେସମେଣ୍ଟରେ ଗର୍ଭଗୃହର ପ୍ରମାଣ
-ଏହା ବିବାଦ ବଢ଼ାଇବ ବୋଲି ମେହବୁବା ମୁଫତି କହିଛନ୍ତି