ଶ୍ରୀନଗର: ଜମ୍ମୁ-କଶ୍ମୀରର ବାନ୍ଦିପୋରା ଜିଲ୍ଲାର କୁଲନାର ବାଜିପୁରା ଅଞ୍ଚଳରେ ଶୁକ୍ରବାର ଭୋରରୁ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଛି। ଶେଷ ରିପୋର୍ଟ ଲେଖାଯିବା ବେଳକୁ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସୁରକ୍ଷା ବାହିନୀର ଜଣେ ଯବାନ ଆହତ ହୋଇଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ବନ୍ଦିପୋରା ଜିଲ୍ଲାର କୁଲନାର ବାଜିପୁରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସେଠାରେ ଘେରାବନ୍ଦୀ ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ। ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରେ ଗୁଳି ଚଳାଇବା ପରେ ସର୍ଚ୍ଚ ଅପରେସନ୍ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା।
ରିପୋର୍ଟ ଲେଖାଯିବା ବେଳକୁ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ବିସ୍ତୃତ ସୂଚନା ଅପେକ୍ଷା କରାଯାଇଛି।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ସରକାର ଅଧିକ ସକ୍ରିୟ ହୋଇଛନ୍ତି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ କମିଟି ବୈଠକରେ ନିଆଯାଇଥିବା କଠୋର ନିଷ୍ପତ୍ତି ଯୋଗୁଁ ପାକିସ୍ତାନରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ଫଳସ୍ୱରୂପ, ଭାରତ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ଆଲୋଚନା କରିବା ପାଇଁ ଗୁରୁବାର ପାକିସ୍ତାନର ଶୀର୍ଷ ବେସାମରିକ ଏବଂ ସାମରିକ ନେତୃତ୍ୱର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଅଧିକ ପଢ଼ନ୍ତୁ: ମିସାଇଲ ଟେଷ୍ଟ ପ୍ରସ୍ତୁତିରେ ଥିଲା ପାକିସ୍ତାନ, ଦମ୍ଭ ଦେଖାଇଲା ଭାରତ