ବନ୍ଧୁ ଜନ୍ମଦିନ ଉତ୍ସବ ସାରି ଫେରୁଥିବାବେଳେ ଯୁବତୀଙ୍କ ସହ ଚଳନ୍ତା କାରରେ ଦୁଷ୍କର୍ମ ଅଭିଯୋଗ
Khabar Odisha:Girl-was-returning-from-friends-birthday-party-raped-in-moving-car
ପଞ୍ଜାବ, ଅକ୍ଟୋବର ୨୪ (ଖବର ଓଡ଼ିଶା):

ପଞ୍ଜାବରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବନ୍ଧୁଙ୍କ ଜନ୍ମଦିନ ଉତ୍ସବ ପାଳନ କରିବା ପରେ ଘରକୁ ଫେରୁଥିବାବେଳେ ଯୁବତୀଙ୍କୁ କାରରେ ବଳପୂର୍ବକ ବସାଇବା ସହ ଚଳନ୍ତା କାରରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି   

ପୀଡିତା ଜଣକ ପଞ୍ଜାବର ଲୁଧିଆନାର ହୋଇଥିବାବେଳେ ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଉଭୟ ଅଭିଯୁକ୍ତ ତାଙ୍କର ବନ୍ଧୁ ଏବଂ ସେମାନେ ଏକ ଘରୋଇ ହୋଟେଲରେ କାମ କରନ୍ତି। ଅନ୍ୟ ଜଣେ ବନ୍ଧୁଙ୍କ ଜନ୍ମଦିନ ପାର୍ଟିରେ  ଯାଇଥିଲୁ ।

ଘଟଣା ଦିନ ଜନ୍ମଦିନ ଭୋଜି ପାଳନ କରିବା ପରେ ଲୁଧିଆନାର ସାରଳା ନଗର ଫେରୁଥିଲେ ଯେ ଦୁଇ ଅଭିଯୁକ୍ତ ପୀଡିତାଙ୍କୁ ଜବରଦସ୍ତି କାରରେ ନେଇ ଯାଇଥିଲେ।

ଏହା ପରେ ଜଣେ ଅଭିଯୁକ୍ତ ଗାଡି ଚଳାଇବା ଜାରି ରଖିଥିଲେ ଏବଂ ଅନ୍ୟ ଅଭିଯୁକ୍ତ ଉକ୍ତ ମହିଳାଙ୍କ ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ଗାଡିରୁ ବାହାର କରି ଚାଲିଯାଇଥିଲେ 

ମାମଲା ଦାୟିତ୍ୱରେ ଥିବା ସାରଭା ନାଗର ପୋଲିସ କହିଛି ଯେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଏହି ଘଟଣାରେ ସମ୍ପୃକ୍ତ କାରକୁ ମଧ୍ୟ ଜବତ କରିଛି।

  • Tags:

Subscribe

National International State Sports Entertainment