ଗାଜିପୁର: ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲା ନରୱାର ଗାଁରେ ବୁଧବାର ସକାଳେ କାଶୀଦାସ ପୂଜା ପାଇଁ ଟେଣ୍ଟ ଲଗାଉଥିବା ସମୟରେ ଅଘଟଣ ଘଟିଛି। ବିଦ୍ୟୁତ୍ ଆଘାତରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ପୋଡ଼ି ଯାଇଛନ୍ତି। ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଏସପି ନେତା ଶିବପାଲ ସିଂହ ଯାଦବ ମଧ୍ୟ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ ଅଘଟଣ ବେଳକୁ ସେ ଘଟଣାସ୍ଥଳରେ ପହଞ୍ଚି ନଥିଲେ।
ନରୱାର ଗାଁରେ କାଶୀଦାସ ବାବାଙ୍କ ପୂଜା ପାଇଁ ପ୍ରସ୍ତୁତି ଚାଲିଥିଲା। ଏଥି ପାଇଁ ଟେଣ୍ଟ ଲଗା ଯାଉଥିଲା। ଏହି ସମୟରେ ଏହା ଉପର ଦେଇ ଯାଉଥିବା ହାଇ ଟେନସନ୍ ଲାଇନ ତାରର ସଂସ୍ପର୍ଶରେ ଆସିଥିଲା। ସବୁଜ (କଞ୍ଚା) ବାଉଁଶରେ ବିଦ୍ୟୁତ୍ କରେଣ୍ଟ ଯୋଗୁଁ ସାତ ଜଣ ଲୋକ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ସମସ୍ତଙ୍କୁ ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। ବାଟରେ ଚୋଟେଲାଲ ଯାଦବ (୩୫), କନଷ୍ଟେବଳ ରବୀନ୍ଦ୍ର ଯାଦବ ଓରଫ କାଲୁ (୨୯), ଅଜୟ ଯାଦବ (୨୩) ଏବଂ ଅମର ଯାଦବ (୧୯)ଙ୍କ ମୃତ୍ୟୁ ଘଟିଛି। ରବିନ୍ଦ୍ର ଯାଦବ ଉତ୍ତରପ୍ରଦେଶ ପୋଲିସରେ ଜଣେ କନଷ୍ଟେବଳ। ସେ ଆମ୍ବେଦକର ନଗରର ଟାଣ୍ଡାରେ ମୁତୟନ ଥିଲେ।
ମୃତକଙ୍କ ମଧ୍ୟରେ କନଷ୍ଟେବଳ ଏବଂ ତାଙ୍କ ଭାଇ ଅଜୟ ଅଛନ୍ତି। ସେ ଜଣକ କେବଳ ପୂଜା ପାଇଁ ଛୁଟିରେ ଘରକୁ ଆସିଥିଲେ। ଅନ୍ୟ ତିନି ଆହତ ହେଉଛନ୍ତି ଅଭିରିକ୍ ଯାଦବ, ସାନ୍ତୋଶ ଯାଦବ ଏବଂ ଜିତେନ୍ଦ୍ର ଯାଦବ।
ଅଧିକ ପଢ଼ନ୍ତୁ: ଆଜି ଭାରତୀୟ ନୌସେନାକୁ ମିଳିବ ବିରଳ ଜାହାଜ