ଗଞ୍ଜାମ ଜିଲ୍ଲାରେ ଜଟିଳ ହେଉଛି କରୋନାସ୍ଥିତି, ସହରାଞ୍ଚଳ ଗୁଡ଼ିକୁ ୫ ଦିନ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ
Khabar Odisha:Ganjam-5days-shut-down
ଭୁବନେଶ୍ୱର, ଜୁଲାଇ ୭ ( ଖବର ଓଡ଼ିଶା):

 ଗଞ୍ଜାମ ଜିଲ୍ଲାରେ ସଂଘାତିକ ହେଉଛି କରୋନାସ୍ଥିତି । ତେଣୁ ସଂକ୍ରମଣ ରୋକିବାକୁ କଟକ ପରେ ଏବେ ଗଞ୍ଜାମ ଜିଲ୍ଲା ସଟଡାଉନ। ଆସନ୍ତା ୯ ତାରିଖରୁ ୧୩ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ  ହେବ ସଟଡାଉନ୍। ଏନେଇ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଗଞ୍ଜାମ ଜିଲ୍ଲାରେ ମାତ୍ରାଧିକ କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରେ ରଖି ୫ ଦିନ ସଟଡାଉନ୍ ହେବ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ, ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ, ଜିଲ୍ଲାର ସମସ୍ତ NAC ଓ ବ୍ଲକ ହେଡ୍ କ୍ୱାର୍ଟର ଯଥା ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ ଓ ଜଗନ୍ନାଥ ପ୍ରସାଦ ସଟଡାଉନ୍ ରହିବ। ଏହି ସଟଡାଉନ ସମୟରେ ଘରକୁ ଘର ବୁଲି ସର୍ଭେ କରିବେ ସ୍ୱାସ୍ଥ୍ୟ କର୍ମୀ। 

କରୋନା ଲକ୍ଷଣ ନେଇ ସର୍ଭେ ବେଳେ ସବୁ ଲୋକ ଘରେ ରହିବା ଜରୁରୀ ବୋଲି କହିଛନ୍ତି ଜିଲ୍ଲାପାଳ। ସର୍ଭେ ନିମନ୍ତେ ବ୍ରହ୍ମପୁର ପାଇଁ ୧୦୦ ଓ ଅନ୍ୟ ଅଞ୍ଚଳ ପାଇଁ ୧୦୦ ଟିମ୍ ଗଠନ କରାଯାଇଛି।

ରାଜ୍ୟରେ ଆଜି ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ସର୍ବାଧିକ ୨୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୬୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୪ ଜଣଙ୍କ ମୃତ୍ୟୁ ଘଟିଛି।

  • Tags:

Subscribe

National International State Sports Entertainment