ନୀତିଶ କୁମାରଙ୍କ ଦଳରେ ସାମିଲ ହେବେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେ
Khabar Odisha:Former-Bihar-DGP-Gupteswar-Pandey-will-join-Nitish-Kumars-team
ବିହାର, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା):

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ସରକାରଙ୍କୁ ଅଙ୍ଗୁଳି ନିକ୍ଷେପ କରୁଥିବା ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସର୍ବଦା ପ୍ରଶଂସା କରୁଥିବା ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ରାଜନୀତିରେ ସାମିଲ ହେବେ ।

ବିହାର ନିର୍ବାଚନରେ ଯୋଗ ଦେବା ପାଇଁ ସେ ପୋଲିସ୍‌ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଆଜି ସନ୍ଧ୍ୟାରେ ସେ ନୀତିଶ କୁମାରଙ୍କ ଜେଡିୟୁରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି। ଗତକାଲି ଅପରାହ୍ନରେ ଗୁପ୍ତେଶ୍ୱର ପାଣ୍ଡେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସାକ୍ଷାତ କରିଥିଲେ। ଆଜି ସନ୍ଧ୍ୟାରେ ସେ ବିଧିବଦ୍ଧ ଭାବେ ଜେଡିୟୁରେ ମିଶିବେ ବୋଲି କହିଛନ୍ତି।

ଗତକାଲି ଗୁପ୍ତେଶ୍ୱର ପାଣ୍ଡେ ଓ ନୀତିଶ କୁମାରଙ୍କ ମଧ୍ୟରେ ଦଳୀୟ କାର୍ଯ୍ୟାଳୟରେ ପ୍ରାୟ ୩୦ ମିନିଟ୍‌ ଧରି ଆଲୋଚନା ହୋଇଥିଲା। ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଯେ ସେ ଦଳରେ ବିଧିବଦ୍ଧ ଭାବେ ଯୋଗଦେବେ ।

ଜେଡିୟୁ ଶ୍ରୀ ପାଣ୍ଡେଙ୍କୁ ବାଲମିକ ନଗର ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ। ଏଠାରେ ବିହାର ବିଧାନସଭା ସହ ଲୋକସଭା ପାଇଁ ଉପନିର୍ବାଚନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ବାଲମିକ ଆସନରେ ଜେଡିୟୁ ନେତା ବୈଦନାଥ ମାହୋତ ବିଜୟୀ ହୋଇଥିଲେ। ତେବେ ତାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି।

  • Tags:

Subscribe

National International State Sports Entertainment