ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ରାଜସ୍ଥାନ ସମେତ ଅନେକ ରାଜ୍ୟରେ ପାରଦ ମଧ୍ୟ ହ୍ରାସ ପାଉଛି। ରାଜସ୍ଥାନର ଅନେକ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳେ ପହଞ୍ଚିଛି। ସେପଟେ ରାଜ୍ୟରେ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ରାଜସ୍ଥାନରେ ପାରଦ ୩.୧ ଡିଗ୍ରୀ ଓ ବାଡମେରରେ ୩.୪ ଡିଗ୍ରୀକୁ ଖସି ଆସିଛି।
ଉତ୍ତର ଭାରତରେ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଦକ୍ଷିଣ ଭାରତର କିଛି ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଚାପ କିଛି ଘଣ୍ଟା ମଧ୍ୟରେ ବାତ୍ୟା ଫେଙ୍ଗଲରେ ପରିଣତ ହୋଇପାରେ। ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୩୦ ସୁଦ୍ଧା ତାମିଲନାଡୁ ଉପକୂଳଛୁଇଁବାର ସମ୍ଭାବନା ରହିଛି।
ରାଜସ୍ଥାନରେ ଶୀତର ପ୍ରକୋପ ବଢିବାରେ ଲାଗିଛି। ଗତ କିଛି ଦିନ ହେଲା ରାଜ୍ୟର ଅନେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଆସିଛି। କେତେକ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଥିଲା। ପାଣିପାଗ ବିଭାଗ କହିଛି ଯେ ଆଗାମୀ ଦିନରେ ପ୍ରାୟ ସମାନ ସ୍ଥିତି ଦେଖିବାକୁ ମିଳିବ। ଡିସେମ୍ବର ଆରମ୍ଭରେ ରାଜସ୍ଥାନରେ ପାରଦ ଆହୁରି ଖସିବ, ଯାହା ଫଳରେ ପ୍ରବଳ ଥଣ୍ଡା ଅନୁଭବ ହେବ।
ହିଲ୍ ଷ୍ଟେସନ ମାଉଣ୍ଟ ଆବୁରେ ପାରଦ କ୍ରମାଗତ ଭାବେ ଖସିବାରେ ଲାଗିଛି। ଏଠାରେ ତାପମାତ୍ରା ୬.୮ ଡିଗ୍ରିରେ ପହଞ୍ଚିଛି। ସେହିପରି ଆଜମେର ସମେତ ଅନେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦.୨, ଜୟପୁର ୧୪.୪, ସିକର ୧୧.୫, କୋଟା ୧୩.୪, ଭିଲୱାଡ଼ା ୧୦.୯, ଅଲୱାର ୧୧.୬ ଏବଂ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ପାଖାପାଖି ରହିଛି।
ତାମିଲନାଡୁ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାରଠାରୁ ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁଁ ପୁଡୁଚେରୀରେ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଡୁଚେରୀଶିକ୍ଷା ମନ୍ତ୍ରୀ ଆରୁମୁଗମ୍ ନମଶିବୟମ୍ ଏହି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ପାଣିପାଗ ବିଭାଗ ଗୁରୁବାର ତାମିଲନାଡୁ ଓ ପୁଡୁଚେରୀରେ ବାତ୍ୟା ଫେଙ୍ଗଲର ପ୍ରଭାବ ଅନୁଭୂତ ହୋଇପାରେ। ଫଳରେ ଉଭୟ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବଳ ପବନ ବହିପାରେ। ତାମିଲନାଡୁର କାଞ୍ଚିପୁରମ୍, ଚେଙ୍ଗଲପଟ୍ଟୁ, ଭିଲ୍ଲୁପୁରମ୍ ଏବଂ କୁଡ୍ଡାଲୋର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ: ଇଡି ଟିମ୍ ଉପରେ ଆକ୍ରମଣ