ନୂଆଦିଲ୍ଲୀ: ଦିଲ୍ଲୀର ବିଦ୍ୱାସନ ଅଞ୍ଚଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଟିମ୍ ଉପରେ ଆକ୍ରମଣ ହୋଇଛି। ଇଡି ଟିମ୍ ଏକ ସାଇବର ଅପରାଧ ମାମଲାରେ ପୁଷ୍ପାଞ୍ଜଳିର ଏକ ଫାର୍ମ ହାଉସରେ ଚଢ଼ାଉ କରିବାକୁ ଯାଇଥିଲେ। ଏହି ସମୟରେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଛି।
ଫାର୍ମହାଉସର ନାମ ଏକେ ଫାର୍ମ ବୋଲି କୁହାଯାଇଥିଲା। ଏହି ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଇଡି ଟିମ୍ ଫାର୍ମହାଉସରେ ପହଞ୍ଚିବା ବେଳକୁ ଏଠାରେ ୫ ଜଣ ଥିଲେ। ସେମାନେ ଦଳ ଉପରେ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ହେବାରେ ସଫଳ ହୋଇଛନ୍ତି। ଏହା କେଉଁ ଥାନା ଅଧୀନରେ ଆସୁଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଆକ୍ରମଣ ସମୟରେ ଚେୟାରକୁ ମଧ୍ୟ ଉଠାଇ ନିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ଏକ ଭଙ୍ଗା ଚେୟାର ଦେଖିବାକୁ ପାଇଥିଲା। ସୂଚନାଯୋଗ୍ୟ, ବର୍ତ୍ତମାନ ପୁଲିସ ଏହି ପୂରା ଘଟଣାର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ସରକାରୀ ଓକିଲଙ୍କ ହତ୍ୟା ମାମଲାରେ ୬ଜଣ ଅଭିଯୁକ୍ତ