ଟଙ୍କା ଥିଲେ ସବୁ ସମ୍ଭବ : ପୋଷା କୁକୁର ପାଇଁ ବିମାନ ବୁକ୍ କଲେ ମହିଳା , ଦିଲ୍ଲୀରୁ ମୁମ୍ବାଇ ଭଡ଼ା ୯.୬ ଲକ୍ଷ
Khabar Odisha:Flight-for-pet-animal
ନୂଆଦିଲ୍ଲୀ, ଜୁନ ୬ (ଖବର ଓଡ଼ିଶା):

 କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା ଲକ୍ ଡାଉନ୍ ଯୋଗୁଁ ଅନେକ ପ୍ରବାସୀ ନିଜ ରାଜ୍ୟ ଓ ଦେଶ ବାହାରେ ଫସି ରହିଛନ୍ତି । ସେମାନଙ୍କୁ ନିଜ ସ୍ଥାନକୁ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି । ତେବେ ଜଣେ ମହିଳା ତାଙ୍କର ପୋଷା କୁକୁରକୁ ଦିଲ୍ଲୀରୁ ମୁମ୍ବାଇ ଆଣିବା ପାଇଁ ଏକ ଚାଟାର୍ଡ଼ ବିମାନ ଭଡ଼ା କରିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ର ବିଷୟ ପାଲଟିଛି । 

ସମ୍ପୃକ୍ତ ମହିଳାଙ୍କ ନାମ ଦୀପିକା ସିଂହ ଓ ସେ ଜଣେ ସାଇବର ଅପରାଧ ଗବେଷିକା । ତାଙ୍କର କୁକୁର ଲକ୍ ଡାଉନ୍ ଯୋଗୁଁ ଦିଲ୍ଲୀରେ ଅଟକି ରହିଛି, ତେଣୁ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ବିମାନର ଭଡ଼ା ବାବଦକୁ ୯.୬ ଲକ୍ଷ ଟଙ୍କା ଖର୍ଚ ହେବ । ୬ ଆସନ ବିଶିଷ୍ଟ ଚାଟାର୍ଡ଼ ବିମାନରେ ଗୋଟିଏ ପଶୁ/ପକ୍ଷୀ ଆଣିବା ନିମନ୍ତେ ହାରାହାରି ୧ଲକ୍ଷ ୬୦ ହଜାର ଟଙ୍କା ଲାଗିବ । ଏ ପର୍ଯ୍ୟନ୍ତ ୪ ଜଣ ସହଯାତ୍ରୀ ଯୋଗାଡ଼ ହୋଇଛନ୍ତି । ଆଉ ଦୁଇଜଣ ମିଳିଗଲେ ଏହି ଖର୍ଚ୍ଚ କମିଯିବ । ନଚେତ୍ ୪ ପଶୁପକ୍ଷୀଙ୍କୁ ଧରି ବିମାନ ଦିଲ୍ଲୀରୁ ମୁମ୍ବାଇ ଆସିବ ବୋଲି ଏକ ସାକ୍ଷାତକାରରେ ଦୀପିକା କହିଛନ୍ତି । ସେହିପରି ବିମାନ ଯାତ୍ରା ପୂର୍ବରୁ ପୋଷା ଜୀବ ଓ ଏହାର କେୟାରଟେକରଙ୍କର ତାପମାତ୍ରା ଯାଞ୍ଚ ହେବ ।

ସମ୍ପୃକ୍ତ ମହିଳା ଅବଶ୍ୟ ଏଥିପାଇଁ ଅନ୍ୟ ଲୋକମାନଙ୍କୁ ସୁଯୋଗ ଦେବାକୁ ଚାହିଁଛନ୍ତି । ଅନ୍ୟ ୪/୫ ପୋଷା ପ୍ରାଣୀ ମିଳିଗଲେ ତାଙ୍କ କୁକୁରର ବିମାନ ଭଡ଼ା କମିଯିବ ଏବଂ ଅନ୍ୟମାନେ ମଧ୍ୟ ସୁବିଧାରେ ପୋଷା ପ୍ରାଣୀ ଆଣିପାରିବେ ।

  • Tags:

Subscribe

National International State Sports Entertainment