ଅଭିନେତା ଅକ୍ଷୟ କୁମାର କରୋନା ପଜିଟିଭ୍‌, କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ରହିବେ ଅନୁପସ୍ଥିତ
Khabar Odisha:Entertainment-Bollywood-actor-Akshay-Kumar-tested-covid19-positive-as-unable-to-attend-Cannes-film-festival

ନୂଆଦିଲ୍ଲୀ, ମେ ୧୫ (ଖବର ଓଡ଼ିଶା): ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର ଆସିଛି । ଅଭିନେତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅକ୍ଷୟ କୁମାର ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ତେବେ ତାଙ୍କର ଏହି ଟୁଇଟର ଉପରେ ପ୍ରଶଂସକମାନେ ପ୍ରତିକ୍ରିୟା ଦେବା ସହିତ ଶୀଘ୍ର ଆରୋଗ୍ୟଲାଭ କରିବା ପାଇଁ ପ୍ରାର୍ଥନା କରିଛନ୍ତି । ସୂଚନାଯୋଗ୍ୟ, ଅକ୍ଷୟ କୁମାର କରୋନା ପଜିଟିଭ ଚିହ୍ନଟ ହେବା ପରେ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୨ରେ ଅଂଶଗ୍ରହଣ କରିପାରିବେ ନାହିଁ । 

ଟୁଇଟ୍ କରି ଅକ୍ଷୟ କୁମାର ଲେଖିଛନ୍ତି ଯେ, ଇଣ୍ଡିଆନ୍ ପାଭଲିୟନ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ନିଜର ସିନେମାକୁ ଆଗକୁ ବଢ଼ାଇବା ପାଇଁ ବହୁତ ଉତ୍ସାହିତ ଥିଲି । କିନ୍ତୁ ଏବେ ଏହା କରିପାରିବି ନାହିଁ । କାରଣ ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୁଁ ବିଶ୍ରାମ ନେବି । ଟିମ୍‌କୁ ଶୁଭେଚ୍ଛା ଜଣାଉଛି । ଏଠାରେ ଅପୁପସ୍ଥିତ ରହିବା ଯୋଗୁଁ ଖୁବ୍ ମନେପଡ଼ିବ । 

ସୂଚନାଯୋଗ୍ୟ, କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୦ ମେ’ ୧୭ ତାରିଖ ଠାରୁ ଆରମ୍ଭ ହେବ । ଏଥର ସମାରୋହରେ ଭାରତର ନାମ ରହିବ । ସମାରୋହରେ ପ୍ରଥମ ଥର ଭାରତକୁ ‘କଣ୍ଟ୍ରି ଅଫ ଅନର’ ସମ୍ମାନ ଦିଆଯିବ । ଏଥର ଭାରତୀୟ କଳା ଓ ସଂସ୍କୃତିର ଝଲକ ମଧ୍ୟ ଦେଖିବାକୁ ିଳିବ । ସମାରୋହରେ ବଲିଉଡ ହସ୍ତୀଙ୍କ ସମେତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ରହିବେ ।

 

  • Tags:

Subscribe

National International State Sports Entertainment