ଶ୍ରୀନଗର: ଦକ୍ଷିଣ କଶ୍ମୀରର କୁଲଗାମ ଅଞ୍ଚଳର ଦେଓସରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ଆଧାରରେ ଭାରତୀୟ ଯବାନମାନେ ସଂପୃକ୍ତ ଅଞ୍ଚଳରେ ଅପରେସନ ଜାରି ରଖିବା ସହିତ ଆଦିଗାଁକୁ ଘେରାବନ୍ଦୀ କରିଛନ୍ତି। ଏଥି ସହିତ ଘରକୁ ଘର ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। ଏହାରି ମଧ୍ୟରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ଏହା ପରେ ଉଭୟ ସେନା ଓ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିବିନିମୟ ହୋଇଛି। କୁହାଯାଉଛି ଯେ, ଏହି ଅଞ୍ଚଳରେ ୨ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି।
ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଦେବସର ଅଞ୍ଚଳରେ ଏକ ବଡ଼ ଏନକାଉଣ୍ଟର ଅପରେସନ ଜାରି ରହିଛି। ଏହି ଏନ୍କାଉଣ୍ଟର ଏହି ସମୟରେ ହୋଇଛି, ଯେତେବେଳେ ସୁରକ୍ଷା ବଳକୁ ଗୁଇନ୍ଦା ସଂସ୍ଥା ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହି ଆଧାରରେ ଆଦିଗାଁରେ ତଲାସୀ ଅଭିଯାନ ଜାରି ରହିଛି। ଅପରେଶନ ଆରମ୍ଭ ସମୟରେ ସୁରକ୍ଷାବାହିନୀର ଯବାନମାନେ ପୁରା ଅଞ୍ଚଳକୁ ଘେରିଛନ୍ତି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଆଦିଗାଁରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଅପରେସନ ସଫଳ କରିବାକୁ ସେନା ଯୋଜନା କରୁଛି। ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ୧୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ