ଜାକର୍ତ୍ତା: ଇଣ୍ଡୋନେସିଆର ସେରାମ ଦ୍ୱୀପରେ ସୋମବାର ୫.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ସୂଚନା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ (ଜିଏଫ୍ଜେଡ୍) ଦେଇଛି। ଜିଏଫ୍ଜେଡ୍ର ସୂଚନା ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିର ୧୦ କିଲୋମିଟର ଗଭୀରରେ ଥିଲା। ଏହି ଭୂମିକମ୍ପ ଯୋଗୁଁ କେହି ଆହତ କିମ୍ବା କୌଣସି କ୍ଷୟକ୍ଷତି ହୋଇଥିବାର କୌଣସି ଖବର ନାହିଁ।
ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନ୍ସିଏସ୍) ଅନୁଯାୟୀ, ଭୂମିକମ୍ପଟି ଇନ୍ସେରାମ ଦ୍ୱୀପର ସୁଲାୱେସିର କୋଟାମୋବାଗୁର ଦକ୍ଷିଣ-ପୂର୍ବରେ ରାତି ୧୧:୫୦ରେ ଅନୁଭୂତ ହୋଇଥିଲା। ଏହା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ଲୋକେ ଘର ଛାଡ଼ି ବାହାରକୁ ପଳାୟନ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ କ୍ଷୟକ୍ଷତି ସଂପୂର୍କିତ ସୂଚନା ମିଳିନାହିଁ।
ଇଣ୍ଡୋନେସିଆ 'ରିଙ୍ଗ୍ ଅଫ୍ ଫାୟାର' ନାମକ ଅଞ୍ଚଳରେ ପଡୁଥିବାରୁ ଏଠାରେ ପ୍ରାୟତଃ ପ୍ରାକୃତିକ ବିପର୍ଯ୍ୟୟ ଘଟେ। ଏହା ସହିତ, ଜାଭା ଏବଂ ସୁମାତ୍ରା ଭଳି ଦ୍ୱୀପପୁଞ୍ଜ ମଧ୍ୟ ଏହି ଅଞ୍ଚଳର ଅଂଶ। ଏହି ଅଞ୍ଚଳ ପ୍ରଶାନ୍ତ ମହାସାଗର କୂଳରେ ବିସ୍ତାରିତ ଏବଂ ଏହାକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ସ୍ଥଳଭାଗ ଭାବରେ ବିବେଚନା କରାଯାଏ। ଜ୍ୱାଳାମୁଖୀ ଉଦ୍ଗୀରଣ ଏବଂ ଭୂତଳ ଗତି ଯୋଗୁଁ ଏଠାରେ ଭୂମିକମ୍ପ ହୁଏ। ଅନେକ ସମୟରେ ଏହି ଭୂମିକମ୍ପ ଯୋଗୁଁ ସୁନାମି ମଧ୍ୟ ଆସିଥାଏ। ଏହି 'ରିଙ୍ଗ୍ ଅଫ୍ ଫାୟାର' ପ୍ରାୟ ୪୦ ହଜାର ବର୍ଗ କିଲୋମିଟରରେ ବିସ୍ତାରିତ।
ବିଶ୍ୱର ୭୫% ସକ୍ରିୟ ଜ୍ୱାଳାମୁଖୀ ଏଠାରେ ମିଳିଥାଏ। ଆମେରିକାର ଜିଓଲୋଜିକାଲ୍ ସର୍ଭେ ରିପୋର୍ଟ ଅନୁଯାୟୀ, ବିଶ୍ୱର ୯୦% ଭୂମିକମ୍ପ ଏହି ଅଞ୍ଚଳରେ ଘଟେ। ୮୧% ବଡ଼ ବଡ଼ ଭୂମିକମ୍ପ ମଧ୍ୟ ଏହି ଅଞ୍ଚଳରେ ଘଟେ। ଏବେ ଏଠାକାର ଲୋକମାନେ ଭୂମିକମ୍ପରୁ କୋଠାଗୁଡ଼ିକୁ ରକ୍ଷା କରିବା ପାଇଁ ପୁରୁଣା ଟାୟାର ବ୍ୟବହାର କରିବା ଆରମ୍ଭ କରିଛନ୍ତି ଯାହା ଦ୍ଵାରା ଭୂମିକମ୍ପର ପ୍ରଭାବକୁ ହ୍ରାସ କରାଯାଇପାରିବ।
ଅଧିକ ପଢ଼ନ୍ତୁ: ରୋହିତ ଓ ସୂର୍ଯ୍ୟଙ୍କ ପ୍ରହାରରେ ଧରାଶାୟୀ ଚେନ୍ନାଇ