ପାଟନା: ବିହାରରେ ମଙ୍ଗଳବାର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ୬.୩୮ ବୋଲି କୁହାଯାଉଛି। ସକାଳ ପ୍ରାୟ ୬ଟା ୩୨ ମିନିଟରେ ରାଜଧାନୀ ପାଟନାରେ ଭୂମିକମ୍ପ ଆରମ୍ଭ ହୋଇଥିଲା। ପ୍ରଥମେ ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାପରେ ପୃଥିବୀ ଦ୍ରୁତଗତିରେ ଥରି ଉଠିଥିଲା। ଭୂକମ୍ପର ଝଟକା ଯୋଗୁଁ ସକାଳୁ ଶୋଇଥିବା ଲୋକମାନେ ଉଠିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଲୋକମାନେ ଘରୁ ବାହାରି ଖୋଲାସ୍ଥାନରେ ପହଞ୍ଚିଥିଲେ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିହାରର ପାଟନା, ଗୋପାଳଗଞ୍ଜ, ଭାଗଲପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ଲୋକମାନେ ଗଭୀର ଶୋଇଥିବା ବେଳେ ହଠାତ୍ ମାଟି ଥରିବାକୁ ଲାଗିଲା। ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର ଗୋକର୍ଣ୍ଣେଶ୍ୱରଠାରୁ ୩ କିଲୋମିଟର ଦୂରରେ ଥିଲା।
ଭୂକମ୍ପ ନେଟୱାର୍କ ଆପ୍ ବ୍ୟବହାରକାରୀମାନେ ଏହି ଭୂକମ୍ପ ବିଷୟରେ ସୂଚନା ଦେଇଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳ ଗୋକର୍ଣ୍ଣେଶ୍ୱରରେ ପୃଥିବୀ ପୃଷ୍ଠଠାରୁ ୧୦ କିଲୋମିଟର ଗଭୀରତାରେ ଥିଲା। ଭୂମିକମ୍ପର ତୀବ୍ରତା ୬.୩୮ ବୋଲି କୁହାଯାଉଛି। ନେପାଳର ଲୋବୁଚେଠାରୁ ୮୪ କିଲୋମିଟର ଉତ୍ତର-ପଶ୍ଚିମଦିଗରେ ୬.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୧୦ କିଲୋମିଟର ରହିଛି। ସମଗ୍ର ଉତ୍ତର ବିହାର ଓ ପାଟନାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା