ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ବୁଧବାର ସକାଳେ ମଧ୍ୟ ଅଧିକାଂଶ ସ୍ଥାନରେ କୁହୁଡ଼ି ଓ ମଧ୍ୟମ ଧରଣର କୁହୁଡ଼ି ରହିବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ହୋଇପାରେ। ସଂଧ୍ୟା ଓ ରାତିରେ ମଧ୍ୟ ସମାନ ସ୍ଥିତି ରହିବ। ଦିନବେଳା ଆକାଶ ସ୍ବଚ୍ଛ ରହିବ। କେତେକ ସ୍ଥାନରେ ଥଣ୍ଡା ଲାଗି ରହିପାରେ। ପାଣିପାଗ ବିଭାଗ ମଧ୍ୟ ଆସନ୍ତା ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୬ ଓ ୮ ଡିଗ୍ରି ରହିବ।
ବରଫପାତ ଯୋଗୁଁ ଦିଲ୍ଲୀରେ ମଙ୍ଗଳବାର ମଧ୍ୟ ଶୀତ ଲହରୀ ଜାରି ରହିଛି। ତେବେ ଘନ କୁହୁଡ଼ି ନଥିଲା ଏବଂ ଦୃଶ୍ୟମାନତା ସ୍ତରରେ ମଧ୍ୟ ପୂର୍ବ ଦିନ ତୁଳନାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା। ମଙ୍ଗଳବାର ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୧୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ ୨.୮ ଡିଗ୍ରୀ କମ୍। ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା କି ଋତୁର ହାରାହାରି ତାପମାତ୍ରାଠାରୁ ୩.୬ ଡିଗ୍ରୀ ଅଧିକ। ଆର୍ଦ୍ରତାର ମାତ୍ରା ୯୭ରୁ ୭୬ ପ୍ରତିଶତ ମଧ୍ୟରେ ରହିଥିଲା। ଉଭୟ ଆଇଜିଆଇ ବିମାନବନ୍ଦର ଏବଂ ସଫଦରଜଙ୍ଗରେ ଭିଜିବିଲିଟି ସ୍ତର ଭଲ ଥିଲା।
ସକାଳ ୫ଟାରୁ ସାଢ଼େ ୫ଟା ମଧ୍ୟରେ ଆଇଜିଆଇ ବିମାନବନ୍ଦରରେ ସର୍ବନିମ୍ନ ଦୃଶ୍ୟମାନତା ୧୫୦ ମିଟର ଏବଂ ସଫଦରଜଙ୍ଗରେ ୫୦୦ ମିଟର ରହିଥିଲା। ପରବର୍ତ୍ତୀ ସମୟରେ ଦିନ ବଢ଼ିବା ସହିତ ଏଥିରେ ଉନ୍ନତି ଘଟିଥିଲା।
ଅଧିକ ପଢ଼ନ୍ତୁ: ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ