ଥଣ୍ଡା , ଜ୍ୱର ହେଲେ ଅନାବଶ୍ୟକ ମେଡ଼ିସିନ୍ ଖାଆନ୍ତୁ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଭୁବନେଶ୍ୱର ,ଜାନୁଆରୀ 15(ଖବର ଓଡ଼ିଶା): Share story: କେନ୍ଦ୍ର ଗାଇଡ଼ଲାଇନ୍ ଜାରୀ କରିସାରିବା ପରେ ଏହାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୁଚନା ଦେଇଛନ୍ତି ଯେ “ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବି ଯଦି ଲକ୍ଷଣ ନାହିଁ ତେବେ ଟେଷ୍ଟର କୌଣସି ଆବଶ୍ୟକତା ନାହିଁ”ତେଣୁ ଏନେଇ ସବୁ ଜିଲ୍ଲାପାଳଙ୍କୁ ସୁଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୬୧ ହଜାର ପଜିଟିଭ୍ଙ୍କ ମଧ୍ୟରୁ ୧୦୦ ଜଣ ହସ୍ପିଟାଲାଇଜେନ୍ ଅଟନ୍ତି । ସେହିପରି ୩୦୦ ଆକ୍ରାନ୍ତ ଆଇସିୟୁରେ ଅଛନ୍ତି । ତେଣୁ ଲକ୍ଷଣ ଥିଲେ ବୃଦ୍ଧ ବ୍ୟକ୍ତି ମଧ୍ୟ ଆଇସୋଲେସନ୍ରେ ରହିବେ । ତେଣୁ ଥଣ୍ଡା ,ଜ୍ୱର ହେଲେ ଅନାବଶ୍ୟକ ମେଡ଼ିସିନ୍ ନଖାଇ ଡ଼ାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ୍ ଦରକାର ନାହିଁ ବୋଲି ନିରଞ୍ଜନ ମିଶ୍ର ସୁଚନା ଦେଇଛନ୍ତି । ସୁଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ମଧ୍ୟ ୧୦୮୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହା କରୋନାର ତୃତୀୟର ଆଶଙ୍କା ବଢାଉଛି । , , 15/01/2022