ରାଜଧାନୀରେ କୁକୁର ମଧ୍ୟ ଅସୁରକ୍ଷିତ, ୨ କୁକୁରଙ୍କୁ ଗୁଳିମାରି ହତ୍ୟା କଲେ ଦୁର୍ବତ୍ତ
Khabar Odisha:Dogs-are-also-insecure-in-the-capital-two-dogs-have-been-shot-dead
ଭୁବନେଶ୍ୱର, ଜାନୁଆରୀ ୧୯ (ଖବର ଓଡ଼ିଶା):

ଦିନକୁ ଦିନ ଓଡ଼ିଶାର ରାଜଧାନୀ ମନ୍ଦିରମାଳିନ ସହର ଭୁବନେଶ୍ୱରରେ ବଢିବାରେ ଲାଗିଛି ହିଂସାକାଣ୍ଡ। ଚଳିତ ବର୍ଷ ଆରମ୍ଭରୁ ତିନୋଟି ହତ୍ୟାକାଣ୍ଡ ଘଟିସାରିଲାଣି। ଏସବୁ ମଧ୍ୟରେ ଆଜିର ଘଟଣା ପଶୁପ୍ରେମୀଙ୍କୁ ଘୋର ଆଗାତ ଦେଇଛି। ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ କୁକୁରକୁ ଗୁଳି କରି ହତ୍ୟା କରାଯାଇଛି। ଖବର ମୁତାବକ ଦୁର୍ବତ୍ତ ଦୁଇଟି କୁକୁରକୁ ଗୁଳି କରିଛି, ଗୋଟିଏର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଟି ଗୁରୁତ୍ତର ଅବସ୍ଥାରେ ଅଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ, ଏହି ଘଟଣାରେ ମର୍ମାହତ ହୋଇ ପଶୁପ୍ରେମି ଥାନାରେ ଏତଲା ଦେଇଛନ୍ତି

ରାଜଧାନୀରେ ବଢୁଥିବା ଚୋରି, ହିଂସା ମଧ୍ୟରେ ଶନିବାର ନୟାପଲ୍ଲି ଅଞ୍ଚଳରେ ଜଣେ ଯୁବକଙ୍କୁ ରାସ୍ତା ମଝିରେ ଛୁରୀ ଭୁସି ହତ୍ୟା କରିଥିଲେ ଦୁର୍ବତ୍ତ । ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି କଥା ହତ୍ୟା ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା । ସେହିଭଳି ନୂଆ ବର୍ଷ ଆଗମନ ଉତ୍ସବ ପାଳନ ସମୟରେ କଥାକଟାକଟିକୁ ନେଇ ବର୍ଷର ଆରମ୍ଭରେ ହତ୍ୟା କାଣ୍ଡ ଘଟିଥିଲା ରାଜଧାନୀ ଭୁବନେଶ୍ୱରରେ।

  • Tags:

Subscribe

National International State Sports Entertainment