ପୁରୀ, ମାର୍ଚ୍ଚ ୦୬ (ଖବର ଓଡ଼ିଶା):
ଶ୍ରୀମନ୍ଦିର ଦର୍ଶନ ପରେ ଜଣେ ଭକ୍ତ ଚେତାଶୂନ୍ୟ ହୋଇପଡ଼ିଯିବା ପରେ ସେଠାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତକ ଜଣକ ହେଲେ ମନୋହରଲାଲ ରାଇକୁଆର ବୋଲି ଜଣାପଡିଛି।
ଖବର ଅନୁଯାୟୀ, ମନୋହରଲାଲକୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ଆଡମିଶନ ପୂର୍ବରୁ ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ସନ୍ଦେହ କରାଯାଉଛି ଯେ ଭକ୍ତଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।