ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ଅର୍ଥାତ୍ ଶୁକ୍ରବାର ଏକ୍ୟୁଆଇ ଗୁରୁତର ବର୍ଗରେ ରେକର୍ଡ କରାଯାଇଛି। ଏକ୍ୟୁଆଇସିଏନ ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟାରେ ଦିଲ୍ଲୀର ମୁଣ୍ଡକାଠାରେ ସର୍ବାଧିକ ୬୩୭ ଏକ୍ୟୁଆଇ ରେକର୍ଡ କରାଯାଇଛି। ଏହାବ୍ୟତୀତ ଅନେକ ଅଞ୍ଚଳରେ ଏକ୍ୟୁଆଇ ଗୁରୁତର ଶ୍ରେଣୀରେ ରହିଛି। ଦିଲ୍ଲୀର ବିଷାକ୍ତ ବାୟୁ ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କୁ ଗଳା ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ଭଳି ସମସ୍ୟା ହେଉଛି।
ଅନ୍ୟପକ୍ଷରେ କୁହୁଡ଼ି କଥା କହିବାକୁ ଗଲେ ଆଜି ସକାଳେ ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିନାହିଁ। ନଭେମ୍ବର ୨୮ ଓ ୨୯ ରେ ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ। ଆଜି ସକାଳେ କୁହୁଡ଼ି କମିବାରୁ ରାଜପଥରେ ଯାନବାହନ ଚଳାଚଳରେ ମଧ୍ୟ କମ୍ ଅସୁବିଧା ହୋଇଛି।
ଆଜି ସକାଳ ୭ଟାରେ ଏକ୍ୟୁଆଇ କେଉଁଠାରେ ଥିଲା?
ଅବସ୍ଥାନ AQI
ମୁଣ୍ଡକା ଦିଲ୍ଲୀ ୬୩୭
ଆନନ୍ଦ ବିହାର ୩୯୩
ରୋହିଣୀ ଦିଲ୍ଲୀ ୩୬୦
ଆଇଟିଆଇ ଶାରଦା ଦିଲ୍ଲୀ ୩୦୯
ଶ୍ରୀନିବାସପୁରୀ ଦିଲ୍ଲୀ ୨୮୩
ସୋନିଆ ବିହାର ଦିଲ୍ଲୀ ୨୮୭
ପଞ୍ଜାବୀ ବାଗ ଦିଲ୍ଲୀ ୨୯୯
ଇନ୍ଦିରାପୁରମ୍ ଗାଜିଆବାଦ ୨୦୯
ନୋଏଡା ସେକ୍ଟର-୧୧୬ ୨୫୭
ଲୋନି ଗାଜିଆବାଦ ୨୧୪
ଅଧିକ ପଢ଼ନ୍ତୁ: ଇସ୍କନ ମନ୍ଦିର ଉପରେ ଲଗାତାର ଆକ୍ରମଣ