ନୂଆଦିଲ୍ଲୀ/ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଶନିବାର ହୋଇଥିବା ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ନିର୍ବାଚନୀ ସଭାରେ ଗୁଳିମାଡ଼ ଘଟଣାକୁ ନେଇ ସେ ନନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ଏହି ଆକ୍ରମଣକୁ ନେଇ ଚିନ୍ତିତ ଅଛନ୍ତି। ମୋର ବନ୍ଧୁ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ଚିନ୍ତିତ ଅଛି। ଏହି ଘଟଣାର ତୀବ୍ର ନିନ୍ଦା କରୁଛି। ରାଜନୀତି ଓ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ମୃତକ ଓ ଆହତଙ୍କ ପରିବାର ପ୍ରତି ଆମର ସମବେଦନା ରହିଛି।
ଆମେରିକାର ପେନସିଲଭେନିଆରେ ଶନିବାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ ସଭା ଉପରକୁ ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ ଘଟଣାରେ ଆକ୍ରମଣକାରୀ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି। ମାତ୍ର ପୂର୍ବତନ ରାଷ୍ଟ୍ରପତି ଗୁଳିମାଡ଼ ଘଟଣା ପରେ ମଧ୍ୟ ସୁରକ୍ଷିତ ଅଛନ୍ତି। ଟ୍ରମ୍ପ ପେନ୍ସିଲଭେନିଆର ବଟଲରରେ ଭାଷଣ ଦେଉଥିଲେ। ଏହି ସମୟରେ ଗୁଳିମାଡ଼ ହୋଇଥିଲା। ଏହି ଗୁଳମାଡ଼ ପ୍ରଭାବ ଜୋରଦାର ଥିଲା। ଫଲରେ ମଞ୍ଚ ଉପରେ ଭାଷଣ ଦେଉଥିବା ଟ୍ରମ୍ପ ତଳେ ପଡ଼ିଯାଇଥିଲେ। ତାଙ୍କର ସୁରକ୍ଷା ପାଇଁ ମୁତୟନ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ତାଙ୍କୁ ମଞ୍ଚ ଉପରୁ ତଳକୁ ନିଆଯାଇଥିଲା। ଏହି ସମୟରେ ଟ୍ରମ୍ପଙ୍କ ମହୁଁ ଓ କାନରୁ ରକ୍ତ ନିର୍ଗତ ହେଉଥିଲା।