ବନ୍ଧୁକ ମୁନରେ ସାଢେ ୬ଲକ୍ଷ ଲୁଟ
Khabar Odisha:Crime-Odisha-Miscreants-loot-Rs-6-lakh-at-gunpoint-from-an-employee-of-a-private-company-in-front-of-Municipal-Corporation-office
ସୁନ୍ଦରଗଡ଼, ସେପ୍ଟେମ୍ବର ୨୩(ଖବର ଓଡ଼ିଶା) :

ଦିନକୁ ଦିନ ରାଜ୍ୟରେ ଲୁଟତରାଜ ଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଆଜି ଦିନ ଦ୍ୱିପଦରେ ରାଉରକେଲା ମହାନଗର ନିଗମ ଅଫିସ ସାମ୍ନାରୁ ଜଣେ ବ୍ୟକ୍ତିଙ୍କ ଠାରୁ ସାଢେ ୬ଲକ୍ଷ ଟଙ୍କା ଲୁଟ ହୋଇଛି । 

ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ମହାନଗର ନିଗମ ଅଫିସ ସାମ୍ନାରୁ ଜଣେ ଠିକା କମ୍ପାନୀ କର୍ମଚାରୀଙ୍କ ଠାରୁ ସାଢେ ୬ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଠିକା କମ୍ପାନୀ କର୍ମଚାରୀଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ତାଙ୍କ ପାଖକୁ ୨ଜଣ ଦୁର୍ବୁତ୍ତ ବାଇକରେ ଆସି ତାଙ୍କୁ ଅଟକାଇ ଥିଲେ । ଏହାପରେ ଦୁର୍ବୁତ୍ତମାନେ ବ୍ୟକ୍ତିଙ୍କୁ ଧକ୍କା ଦେଇ ତାଙ୍କୁ ତଳେ ପକାଇ ଦେଇଥିଲେ । ଏହା ସହ ତାଙ୍କ ମୁଣ୍ଡକୁ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ଏନେଇ ଉଦିତନଗର ଥାନାରେ ଠିକା କମ୍ପାନୀ କର୍ମଚାରୀ ଜଣକ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment