କେନ୍ଦ୍ରାପଡ଼ା: ସାମ୍ବାଦିକ ଓ ପୁଲିସକୁ ଆକ୍ରମଣ ଅଭିଯୋଗରେ ୨ ଡାକ୍ତରଙ୍କ ସମେତ ୮ ଗିରଫ
Khabar Odisha:Crime-Eight-person-including-two-doctors-of-a-private-nursing-home-arrested-in-Kendrapara

ଭୁବନେଶ୍ୱର, ଅଗଷ୍ଟ ୦୧ (ଖବର ଓଡ଼ିଶା): ମହାମାରୀ କରୋନା ସଂକଟ ସମୟରେ ଉଭୟ ଡାକ୍ତର ଓ ପୋଲିସ ପ୍ରଶଂସନୀୟ କାମ କରୁଥିବା ବେଳେ କେନ୍ଦ୍ରାପଡ଼ାରେ ଗଣ୍ଡଗୋଳ ହୋଇଛି । ସାମ୍ବାଦିକ ଓ ପୁଲିସକୁ ଘରୋଇ ନର୍ସିଂହୋମର ଡାକ୍ତରମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ୨ ଜଣ ଡାକ୍ତରଙ୍କ ସମେତ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ସୂଚନା ଅନୁସାରେ ଜଣେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ପାଟିତୁଣ୍ଡ ହୋଇଥିଲା । ନର୍ସିଂହୋମର ଡାକ୍ତର ଓ କର୍ମଚାରୀମାନେ ପ୍ରଥମେ ଜରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଂଚିଥିଲା । କିନ୍ତୁ ନର୍ସିଂହୋମର କର୍ମଚାରୀ ଓ ୨ ଜଣ ଡାକ୍ତର ପୁଲିସକୁ ମଧ୍ୟ ଛାଡ଼ି ନଥିଲେ । ଶେଷରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । 

 

  • Tags:

Subscribe

National International State Sports Entertainment