ବିହାର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦାନାପୁରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା
Khabar Odisha:Crime-BJP-leader-and-Pacs-president-shot-dead-by-criminal-in-Patna-Danapur-area-of-Bihar

ନୂଆଦିଲ୍ଲୀ, ଅଗଷ୍ଟ ୦୨ (ଖବର ଓଡ଼ିଶା): ବିହାରର ଦାନାପୁରରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ରିପୋର୍ଟ ଅନୁସାରେ ମୋଟର ସାଇକେଲ ଆରୋହୀ ୨ ଜଣ ଦୁର୍ବୃତ୍ତ ବିଜେପି ନେତା ତଥା ପ୍ୟାକ୍ସ ଅଧ୍ୟକ୍ଷ କବିନ୍ଦ୍ର ଯାଦବଙ୍କୁ ହତ୍ୟା କରିଛନ୍ତି । ସ୍ୱର୍ଗତ ଯାଦବ ଦାନାପୁର ବିଧାୟକ ଆଶା ସିହ୍ନାଙ୍କ ସଂପର୍କୀୟ ବୋଲି ମଧ୍ୟ କୁହାଯାଉଛି । କବିନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

କୁହାଯାଉଛି ଯେ, ଶାହପୁର ଥାନା ଅଂଚଳର ଶିୱାଲାରେ ମୋଟରସାଇକେଲ ଆରୋହୀ ସଶସ୍ତ୍ର ଦୁର୍ବୃତ୍ତ ସରାରୀ ପଂଚାୟତ ପ୍ୟାକ୍ସ ଅଧ୍ୟକ୍ଷ କବିନ୍ଦ୍ର ଯାଦବଙଙ୍କୁ ଗୁଳି କରି ପ୍ରଥମେ ଗୁରୁତର କରିଥିଲେ । ଦୁର୍ବୃତ୍ତମାନେ ୫ଥର ଗୁଳି ଚଳାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁଳିମାଡ଼ ପରେ ଦୃବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ଉତ୍ତେଜନା ପ୍ରକାଶ ପାଇଛି । ପାଟଣା (ପଶ୍ଚିମ) ସିଟି ଏସପି ଅଶୋକ ମିଶ୍ରା ଘଟଣାସ୍ଥଳରେ ପହଂଚି ମାମଲାର ତଦନ୍ତ କରୁଛନ୍ତି ।  

   

 

  • Tags:

Subscribe

National International State Sports Entertainment