“ମୋ ବସ୍‌” ରୁ ଲୁଟ୍ ଘଟଣାରେ ଦୁଇ ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍‌
Khabar Odisha:Commissionerate-police-arrest-two-robbers-in-connection-with-loot-from-My-Bus--Commissionerate-police-arrest-two-robbers-in-connection-with-loot-from-My-Bus
ଭୁବନେଶ୍ୱର ,ସେପ୍ଟେମ୍ବର 23(ଖବର ଓଡ଼ିଶା):

ଭୁବନେଶ୍ୱରରୁ ମୋ ବସ୍ ରୁ ଚୋରୀ ହୋଇଥିବା ଘଟଣାରେ ଗିରଫ ହେଲେ ଦୁଇ ଲୁଟେରା । ଏନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ ସୁଚନା ଦିଆଯାଇଛି ।

ଦୁଇ ଲୁଟେରା ହେଉଛନ୍ତ ସଂଞ୍ଜୟ ସିଂ ଓ ଗଣେଶ ପ୍ରଧାନ । ଦୁଇ ଜଣଙ୍କୁ ଗିରଫ କରି ମୋବାଇଲ୍ ଫୋନ୍ ,ଲାଫଟପ୍‌, ଲକ୍ଷାଧିକ ଟଙ୍କା, ମନି ପର୍ସ ଜବତ କରିଛି ପୋଲିସ୍ ।

ସୁଚନା ଅନୁସାରେ କିଛି ଦିନ ହେବ ଲଗାତାର ଭାବେ ମୋ ବସ୍ ରୁ ଚୋରୀ ହେବା କାରଣରୁ ଯାତାୟତ ଏକ ପ୍ରକାର ଅସୁରକ୍ଷିତ ହୋଇପଡ଼ିଥିଲା ।

ଏପରିକି ଗତକାଲି ମଧ୍ୟ ଦୁଇ ଜଣ କଲେଜ୍ ଛାତ୍ରୀଙ୍କ ଠାରୁ ଚୋରୀ ହେବା ପରେ ଆକ୍ସନ ମୋଡ଼କୁ ଆସିଥିଲା ପୋଲିସ୍ । ଫଳରେ ପୁର୍ବ ଯୋଜନା ମୁତାବକ ଆଜି ଏହି ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି । 

  • Tags:

Subscribe

National International State Sports Entertainment